Latest Odisha News

ରୁମ୍ ହିଟର ବ୍ୟବହାର କରୁଛନ୍ତି କି, ରୁହନ୍ତୁ ସାବଧାନ…

ଭୁବନେଶ୍ୱର : ଖାସକରି ଶୀତଦିନ ଆସିଲା ମାତ୍ରେ ସମସ୍ତଙ୍କୁ ରୁମ୍ ହିଟର ଲୋଡା ପଡିଥାଏ । ଏହି ଦିନେ କେହି କେହି ଶୀତରୁ ରକ୍ଷା ପାଇବା ପାଇଁ ଶୀତ ବସ୍ତ୍ରର ସହାୟତା ନେଇଥା’ନ୍ତି ଏବଂ ଆଉ କେହି ଲୋକ ନିଜ ଘରେ ରୁମ୍ ହିଟର୍ ଲଗାଇଥା’ନ୍ତି। ଆପଣ ରୁମ୍ ହିଟର୍ ବ୍ୟବହାର କରୁଥିଲେ କିଛି ଦିଗ ପ୍ରତି ସାବଧାନ ରୁହନ୍ତୁ…

ଏବେ ବଜାରରେ ବିଭିନ୍ନ ରକମର ଇଲେକ୍ଟ୍ରନିକ୍ ରୁମ୍ ହିଟର୍ ଉପଲବ୍ଧ ହେଉଛି । ଏହି ହିଟର୍ ଆପଣଙ୍କୁ ଶୀତରୁ ରକ୍ଷା ଦେଇଥାଏ ସତ କିନ୍ତୁ ବେେଳେ ବେଳେ ଏହି ରୁମ୍ ହିଟର୍ ଆପଣଙ୍କ ସ୍ୱାସ୍ଥ୍ୟ ଓ ତ୍ୱଚା ପାଇଁ କ୍ଷତିକାରକ ହୋଇପାରେ।

  • ରୁମ୍ ହିଟର୍ ଏଭଳି ସ୍ଥାନରେ ରଖନ୍ତୁ, ଯେପରି ଛୋଟ ପିଲାଙ୍କ ହାତ ପହଞ୍ଚି ପାରିବ ନାହିଁ। ବ୍ୟବହାର ସମୟରେ ହିଟର୍କୁ ମଝିରେ ମଝିରେ ବନ୍ଦ କରନ୍ତୁ ଏବଂ ଯଥାସମ୍ଭବ ବେଳେବେଳ କବାଟ ଖୋଲା ରଖନ୍ତୁ।
  • ରୁମ୍ ହିଟର ପାଖାପାଖି ସ୍ଥାନରେ କୌଣସି କାଗଜ, କମ୍ବଳ କିମ୍ବା କାଠ ଭଳି କୌଣସି ଜିନିଷ ରଖନ୍ତୁ ନାହିଁ।
  • ଏଥିରୁ ନିର୍ଗତ କାର୍ବୋନ୍ ମନୋକ୍ସାଇଡ୍ ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇପାରେ। ଶୋଇବା ସମୟରେ ହିଟର୍ ବନ୍ଦ କରିଦିଅନ୍ତୁ ନଚେତ୍ ନିଃଶ୍ୱାସ ବନ୍ଦ ହୋଇ ଯାଇପାରେ।
  • ଯେଉଁମାନଙ୍କର ହୃଦ୍ରୋଗ, ଶ୍ୱାସରୋଗ କିମ୍ବା କାଶ ଭଳି ସମସ୍ୟା ରହିଛି, ସେମାନେ ବ୍ଲୋଅର ହିଟର୍ ବ୍ୟବହାର କରିବା ଉଚିତ ନୁହେଁ।
  • ରୁମ୍ ହିଟର୍ ଚର୍ମ ପାଇଁ ମଧ୍ୟ ଭଲ ନୁହେଁ। ହିଟର୍ ସାମ୍ନାରେ ଦୀର୍ଘ ସମୟ ବସିବା ଫଳରେ ଚର୍ମ ଶୁଷ୍କ ହୋଇଯାଏ। ଫଳରେ ଚର୍ମ କୁଣ୍ଡାଇ ହୋଇପାରେ।
  • ରୁମ୍ ହିଟର୍ ଲଗାଇବା ଦ୍ୱାରା ଆଖି ଶୁଷ୍କ ହେବା ସହ ଆଖି ପୋଡ଼ିବା ଭଳି ସମସ୍ୟା ଦେଖାଯାଇଥାଏ ।

Comments are closed.