Latest Odisha News

BREAKING NEWS

ଏଣିକି କିନ୍ନର କାଟିବେ ପାର୍କିଂ ଟିକେଟ 

ଭୁବନେଶ୍ବର: ଆଜିଠାରୁ ରାଜଧାନୀ ଭୁବନେଶ୍ବରରେ କିନ୍ନର କାଟିବେ ପାର୍କିଂ ଟିକେଟ । ଆଜି ରାଜମହଲ ଛକରେ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ଏହାର ଉଦ୍ଘାଟନ କରିଛନ୍ତି । ଏଥିପାଇଁ ଟିଜି ସ୍ବୀକୃତିପ୍ରାପ୍ତ ସ୍ମାର୍ଟ ସିଟିର ଦୁଇଟି ପ୍ରମୁଖ ପାର୍କିଂ ଲଟ୍ ହସ୍ତାନ୍ତର କରାଯାଇଛି । ରାଜମହଲ ଛକଠାରୁ ମାଷ୍ଟର କ୍ୟାଣ୍ଟିନ ଏବଂ ମାଷ୍ଟର କ୍ୟାଣ୍ଟିନ ଠାରୁ ଶ୍ରୀୟା ଛକ ପର୍ଯ୍ୟନ୍ତ ଦୁଇଟି ପାର୍କିଂ ଲଟରେ କିନ୍ନରମାନେ ଜଗିବେ । ଏହି ଦୁଇଟି ପାର୍କିଂ ଲଟ୍ ପାଇଁ ସ୍ବତନ୍ତ୍ର ଚାଟ୍ ପ୍ରସ୍ତୁତ କରାଯାଇଛି । 

ପରୀକ୍ଷାମୂଳକ ଭାବେ ଆସନ୍ତା ୨ ମାସ ପର୍ଯ୍ୟନ୍ତ ୧୭ ଜଣ କିନ୍ନରଙ୍କୁ ସାମିଲ କରାଯାଇଛି । ସେଥିମଧ୍ୟରୁ  ୧୫ ଜଣ କିନ୍ନର ଥିବା ବେଳେ ୨ ଜଣ ମେଲ ଟ୍ରାନ୍ସଫର୍ମର ରହିଛନ୍ତି । ଆଗାମୀ ଦିନରେ ଏହି ସଂଖ୍ୟା ବୃଦ୍ଧି କରାଯାଇ ୩୬ ହେବ ବୋଲି ଜଣାପଡିଛି । 

ପାର୍କିଂ ଟିକେଟ କାଟିବା ପାଇଁ କିନ୍ନରଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯାଇଥିଲା । ଏହାସହ କିନ୍ନରଙ୍କୁ ଆପ୍ରୋନ ଓ ମନିବ୍ୟାଗ୍ ସାଙ୍ଗକୁ କ୍ୟୁଏକ୍ସୋ ମେସିନ୍ ଓ ବିଏମସି ତରଫରୁ ସ୍ବତନ୍ତ୍ର ଆଇକାର୍ଡ ଦିଆଯାଇଛି । 

Leave A Reply

Your email address will not be published.