Latest Odisha News

BREAKING NEWS

ରିଲାଏନ୍ସ-ଫ୍ୟୁଚର ଗ୍ରୁପ୍ ଡିଲ୍‌କୁ ସେବିର ମଞ୍ଜୁରି

ନୂଆଦିଲ୍ଲୀ : ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି) ଫ୍ୟୁଚର ଗ୍ରୁପ୍‌ର ବ୍ୟବସାୟିକ ସମ୍ପତ୍ତି ରିଲାଏନ୍ସକୁ ବିକ୍ରି ପ୍ରକ୍ରିୟାକୁ ଅନୁମୋଦନ ପ୍ରଦାନ କରିଛି । ଏହାଦ୍ୱାରା ଆମାଜନ୍‌କୁ ଶକ୍ତ ଧକ୍କା ଲାଗିଛି । ୨୪,୭୧୩ କୋଟି ଟଙ୍କାର ଏହି କାରବାରକୁ ସେବିର ମଞ୍ଜୁରି ମିଳିବା ଦ୍ୱାରା ରିଲାଏନ୍ସ ଓ ଫ୍ୟୁଚର ଗ୍ରୁପ୍‌କୁ ବଡ ଆଶ୍ୱସ୍ତି ମିଳିଛି । 

ସୂଚନାଯୋଗ୍ୟ, ଆମାଜନ୍ ରିଲାଏନ୍ସ-ଫ୍ୟୁଚର କାରବାରକୁ ଲଗାତର ବିରୋଧ କରିଆସୁଛି । ଏହି କାରବାର ବିରୋଧରେ ଆମାଜନ୍ ପକ୍ଷରୁ ସେବି, ଷ୍ଟକ ଏକ୍ସଚେଞ୍ଜ ଏବଂ ଅନ୍ୟ ନିୟାମକ ସଂସ୍ଥାକୁ ବାରମ୍ବାର ପତ୍ର ଲେଖାଯାଇଥିଲା । ଉକ୍ତ ପତ୍ରରେ ରିଲାଏନ୍ସ-ଫ୍ୟୁଚର କାରବାରକୁ ଅନୁମତି ପ୍ରଦାନ ନକରିବାକୁ ଆମାଜନ୍ ଅନୁରୋଧ କରିଥିଲା । ଆମାଜନ୍‌ର ଉକ୍ତ ଅନୁରୋଧକୁ ଅଣଦେଖା କରି ସେବି କିଛି ସର୍ତ୍ତ ସହିତ ଏହି କାରବାରକୁ ମଞ୍ଜୁରି ପ୍ରଦାନ କରିଛି । 

ଭାରତୀୟ ପ୍ରତିସ୍ପର୍ଦ୍ଧା ଆୟୋଗ ପୂର୍ବରୁ ଏହି କାରବାରକୁ ମଞ୍ଜୁରି ପ୍ରଦାନ କରିସାରିଛି । ଏବେ ସେବିର ମଞ୍ଜୁରି ମିଳିବା ପରେ ଏହି କାରବାର ସମ୍ପୂର୍ଣ୍ଣ ହେବା ପାଇଁ କେବଳ ଏନସିଏଲଟିର ମଞ୍ଜୁରି ମିଳିବା ବାକି ରହିଛି । ଏହି କାରବାର ସମ୍ପର୍କରେ ଫ୍ୟୁଚର ଏବଂ ରିଲାଏନ୍ସର ସମସ୍ତ ଅଂଶୀଦାରମାନଙ୍କୁ ସମ୍ପୂର୍ଣ୍ଣ ତଥ୍ୟ ଅବଗତ କରାଇବାକୁ ସେବି ନିର୍ଦ୍ଦେଶ ଦେଇଛି । ଫ୍ୟୁଚର-ରିଲାଏନ୍ସ ଗ୍ରୁପ୍‌ର ଏହି କାରବାରକୁ ସେବିର ଅନୁମତି ଅଦାଲତରେ ଚାଲିଥିବା ମାମଲାଗୁଡିକର ଫଳାଫଳ ଉପରେ ନିର୍ଭର କରିବ । 

Leave A Reply

Your email address will not be published.