ସମ୍ୱଲପୁର: ସାରା ରାତି ଉଜାଗର ରହି ଥାନା ପରିସରରେ ବସିଲେ ବିଜେପି ନେତା । ଚାଷ ଅଧିକାରୀ ରାଲି ବେଳେ ସମ୍ୱଲପୁରରୁ ଗିରଫ ବିଜେପି ନେତା ଥାନାରେ ରାତି କାଟିଛନ୍ତି । ପୋଲିସ ଛାଡ଼ିବା ପରେ ବି ଶୀତ କାକରରେ ସେମାନେ ଟାଉନ୍ ଥାନା ଆଗରେ ବସିରହିଲେ । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, କନକ ବର୍ଦ୍ଧନ ସିଂହଦେଓ, ବିଧାୟକ ଜୟନାରାୟଣ ମିଶ୍ର, ବିଧାୟକ ନାଉରି ନାଏକ ପ୍ରମୁଖ ଥାନା ଆଗରେ ସାରା ରାତି ବସି ରହିଲେ । ଏମାନଙ୍କ ସହ ଆରଡିସି ଅଫିସ ଘେରାଉ ବେଳେ ଗିରଫ ନେତା ବି ଥାନାରେ ରାତି କାଟିଛନ୍ତି ।

ଗତକାଲି ଚାଷୀ ଅଧିକାର ରାଲି ପରେ ବିଜେପି ନେତା ଓ କର୍ମୀ ସମ୍ୱଲପୁର ଆରସିଡି ଅଫିସ ଘେରାଉ କରିଥିଲା । ଏତିକିବେଳେ ପୋଲିସ ସହ ଧସ୍ତାଧସ୍ତି ବେଳେ ବିଜେପିର ବହୁ ବରିଷ୍ଠ ନେତା ଓ ଶତାଧିକ କର୍ମୀଙ୍କୁ ପୋଲିସ ଗିରଫ କରିଥିଲା । ପରେ ନେତାଙ୍କୁ ଛାଡ଼ି ଦେଇଥିଲେ ପୋଲିସ । କିନ୍ତୁ ସେମାନେ ଥାନା ପରିସରରୁ ଆସିନଥିଲେ । ଗତକାଲି ଦିନ ୩ଟାରୁ ସମ୍ୱଲପୁର ଟାଉନ୍ ଥାନା ଆଗରେ ବସି ରହିଛନ୍ତି । ମଣ୍ଡିରୁ ଧାନ ନଉଠିବା ପର୍ଯ୍ୟନ୍ତ ପୋଲିସ ହାଜତରୁ ଉଠିବେ ନାହିଁ ବୋଲି କହିଛନ୍ତି ବିଜେପି ନେତା ।
BREAKING NEWS
- ଶିଳ୍ପ ବର୍ଜ୍ୟବସ୍ତୁରୁ ବାହାରିବ ମୂଲ୍ୟବାନ ଧାତୁ: ନାଲକୋର ନୂଆ ପଦକ୍ଷେପ, ଭୁବନେଶ୍ୱରରେ ପାଇଲଟ୍ ପ୍ଲାଣ୍ଟ ଉଦ୍ଘାଟିତ
- ଭଦ୍ରକରେ ବନ୍ୟା ପରିସ୍ଥିତି ଗମ୍ଭୀର: ବୁଧବାର ୩ଟି ବ୍ଲକ୍ର ୨୯୭ ସ୍କୁଲ ବନ୍ଦ ରଖିବାକୁ ପ୍ରଶାସନର ନିର୍ଦ୍ଦେଶ
- ଏକତରଫା ପ୍ରେମର ଭୟଙ୍କର ପରିଣାମ: ବାଲେଶ୍ୱରରେ ଶିକ୍ଷୟିତ୍ରୀ ଓ ତାଙ୍କ ପରିବାରର ୪ ସଦସ୍ୟଙ୍କୁ ଛୁରୀ ଭୁସିଲା ଯୁବକ
- ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲା, ନିର୍ଦ୍ଦୋଷରେ ଖଲାସ ହେଲେ ମାଓନେତା ଆଜାଦ୍
- ଓଡ଼ିଶା ମାନବାଧିକାର କମିଶନର ନୂଆ ସଦସ୍ୟ ଭାବେ ନିଯୁକ୍ତି ପାଇଲେ କେନ୍ଦୁଝରର ଆଇନଜୀବୀ ବିରଜା ଶଙ୍କର ମିଶ୍ର
- ଦିଲ୍ଲୀ ଜଳ ବୋର୍ଡ ଦୁର୍ନୀତି ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ: ଆପ୍ ନେତା ତଥା ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗିରଫ
- ପୋଲିସ କାର୍ଯ୍ୟାନୁଷ୍ଠାନ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ସଫେଇ, ସରକାର ସତ ଲୁଚାଉଛନ୍ତି କହି ଟାର୍ଗେଟ କଲେ ରାହୁଲ
- ଟ୍ୱିନ୍ ସିଟି ଟ୍ରାଫିକ୍ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ସ୍ମାର୍ଟ ଟ୍ରାଫିକ୍ ସିଷ୍ଟମ୍କୁ କଡ଼ାକଡ଼ି ପାଇଁ ନିର୍ଦ୍ଦେଶ
- ରାଜ୍ୟରେ ନକଲି ପନିର ଆତଙ୍କ: ବଜାରରେ ଖୁଲମଖୁଲା ବିକ୍ରି ହେଉଛି ଡିଟରଜେଣ୍ଟ ଓ ୟୁରିଆ ମିଶା ବିଷାକ୍ତ ପନିର
- ଏହି ଦିନ ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ

Comments are closed.