Latest Odisha News

ଥାନାରେ ରାତି କାଟିଲେ ବିଜେପି ନେତା

ସମ୍ୱଲପୁର: ସାରା ରାତି ଉଜାଗର ରହି ଥାନା ପରିସରରେ ବସିଲେ ବିଜେପି ନେତା । ଚାଷ ଅଧିକାରୀ ରାଲି ବେଳେ ସମ୍ୱଲପୁରରୁ ଗିରଫ ବିଜେପି ନେତା ଥାନାରେ ରାତି କାଟିଛନ୍ତି । ପୋଲିସ ଛାଡ଼ିବା ପରେ ବି ଶୀତ କାକରରେ ସେମାନେ ଟାଉନ୍ ଥାନା ଆଗରେ ବସିରହିଲେ । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, କନକ ବର୍ଦ୍ଧନ ସିଂହଦେଓ, ବିଧାୟକ ଜୟନାରାୟଣ ମିଶ୍ର, ବିଧାୟକ ନାଉରି ନାଏକ ପ୍ରମୁଖ ଥାନା ଆଗରେ ସାରା ରାତି ବସି ରହିଲେ । ଏମାନଙ୍କ ସହ ଆରଡିସି ଅଫିସ ଘେରାଉ ବେଳେ ଗିରଫ ନେତା ବି ଥାନାରେ ରାତି କାଟିଛନ୍ତି ।

ଗତକାଲି ଚାଷୀ ଅଧିକାର ରାଲି ପରେ ବିଜେପି ନେତା ଓ କର୍ମୀ ସମ୍ୱଲପୁର ଆରସିଡି ଅଫିସ ଘେରାଉ କରିଥିଲା । ଏତିକିବେଳେ ପୋଲିସ ସହ ଧସ୍ତାଧସ୍ତି ବେଳେ ବିଜେପିର ବହୁ ବରିଷ୍ଠ ନେତା ଓ ଶତାଧିକ କର୍ମୀଙ୍କୁ ପୋଲିସ ଗିରଫ କରିଥିଲା । ପରେ ନେତାଙ୍କୁ ଛାଡ଼ି ଦେଇଥିଲେ ପୋଲିସ । କିନ୍ତୁ ସେମାନେ ଥାନା ପରିସରରୁ ଆସିନଥିଲେ । ଗତକାଲି ଦିନ ୩ଟାରୁ ସମ୍ୱଲପୁର ଟାଉନ୍ ଥାନା ଆଗରେ ବସି ରହିଛନ୍ତି । ମଣ୍ଡିରୁ ଧାନ ନଉଠିବା ପର୍ଯ୍ୟନ୍ତ ପୋଲିସ ହାଜତରୁ ଉଠିବେ ନାହିଁ ବୋଲି କହିଛନ୍ତି ବିଜେପି ନେତା ।

Leave A Reply

Your email address will not be published.