Latest Odisha News

BREAKING NEWS

ଶିଳ୍ପପତିଙ୍କୁ ରାଜ୍ୟ ରପ୍ତାନୀ ପୁରସ୍କାର

ଭୁବନେଶ୍ବର : ରାଜ୍ୟ ରପ୍ତାନୀ ପୁରସ୍କାର ଆଜି ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳ୍ପପତିଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ରପ୍ତାନୀର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ବାଣିଜ୍ୟ ବ୍ୟବସାୟରେ ଓଡ଼ିଶାର ଉଲ୍ଲେଖନୀୟ ଅବଦାନ ରହିଛି । ଅତୀତରେ କଳିଙ୍ଗର ସାଧବ ପୁଅମାନେ ବିଦେଶ ବଜାରରେ ପ୍ରବେଶ କରି ବାଣିଜ୍ୟକୁ ପ୍ରୋତ୍ସାହିତ କରିଥିଲେ । ରାଜ୍ୟରେ ବ୍ୟବସାୟ କରିବା, ୫ଟି ମେକାନିଜିମ୍, ଆନୁଷଙ୍ଗିକ ସମର୍ଥନ ଓ ସୁବିଧା ଯୋଗାଇ ଦେବା ପାଇଁ ମୋ ସରକାର ଚେଷ୍ଟା କରୁଛି ବୋଲି କହିଛନ୍ତି ନବୀନ । ସେହିପରି ନୀତି ଆୟୋଗ ଦ୍ବାରା ପ୍ରକାଶିତ ରପ୍ତାନି ପ୍ରସ୍ତୁତି ସୂଚକାଙ୍କ ୨୦୨୦ରେ ଓଡ଼ିଶା ଶ୍ରେଷ୍ଠ ପାଞ୍ଚଟି ରାଜ୍ୟ ମଧ୍ୟରେ ଅଛି । ତେଣୁ ରପ୍ତାନୀକୁ ପ୍ରୋତ୍ସାହିତ କରିବା ପାଇଁ ଆମର ପ୍ରୟାସ ରପ୍ତାନୀ କାରବାରକୁ ବୃଦ୍ଧି କରିବାରେ ସଫଳ ହେଉଛି ।

କରୋନାର ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଚଳିତ ଆର୍ଥିକ ବର୍ଷରେ ନଭେମ୍ବର ପର୍ଯ୍ୟନ୍ତ ରାଜ୍ୟରୁ ରପ୍ତାନୀ ୫୫ ପ୍ରତିଶତ ବୃଦ୍ଧି ପାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ରପ୍ତାନୀ ବୃଦ୍ଧି ପାଇଁ ଉତ୍ପାଦର ଗୁଣବତ୍ତା ରହିବା ଦରକାର । ତେଣୁ ଉତ୍ପାଦର ଗୁଣାତ୍ମକ ଦିଗକୁ ବିଚାର କଲେ ଆମକୁ ବିଶ୍ବସ୍ତରୀୟ ମାନକ ବିଷୟରେ ଚିନ୍ତା କରିବାର ଆବଶ୍ୟକ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ରାଜ୍ୟ ରପ୍ତାନୀ ପୁରସ୍କାର ବିଜେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.