Latest Odisha News

BREAKING NEWS

ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରୁଛନ୍ତି ପ୍ରଶାସନିକ ଅଧିକାରୀ

ଭୁବନେଶ୍ୱର: ମୋ ସ୍କୁଲର ‘ପୋଷ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମ’ ଓଡ଼ିଶାର ପ୍ରଶାସନିକ ଅଧିକାରୀଙ୍କ କ୍ଷେତ୍ରରେ ଲୋକପ୍ରିୟ ହେବାରେ ଲାଗିଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଭଳି ବରିଷ୍ଠ ଅଧିକାରୀ ପରେ ଅନ୍ୟ ଆଇଏସ୍ ଏଥିରେ ସାମିଲ୍ ହୋଇଛନ୍ତି । ଶୁକ୍ରବାର ରାଜ୍ୟର କେତେକ ବରିଷ୍ଠ ପ୍ରଶାସନିକ ଅଧିକାରୀ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିଥିବା ସ୍କୁଲ୍ ନାଁ ଘୋଷଣା କରିଥିଲେ ।

ଏବେ ଏହି ଅଭିଯାନରେ ଆହୁରି ଏକାଧିକ ଅଫିସର ସାମିଲ୍ ହୋଇଛନ୍ତି । ଏମ୍ଏସ୍ଏମ୍ଇ ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ମାଣିକେଶ୍ୱରୀ ହାଇସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ସେହିଭଳି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଏମ.ସ୍ ପାଢ଼ି ଭଦ୍ରକର ବ୍ରହ୍ମପୁର ହାଇସ୍କୁଲକୁ ପୋଷ୍ୟ ଭାବେ ନେଇଛନ୍ତି । କେନ୍ଦ୍ରୀୟ ଡିଭିଜନ୍ ଆରଡିସି, କଟକ ଅନୀଲ କୁମାର ସାମଲ ମାହାଙ୍ଗା ଭଗବତୀ ବିଦ୍ୟାପୀଠକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ।

ନଗର ଓ ଗୃହ ଉନ୍ନୟନ ମିଶନ ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ଦଳାଇ କେନ୍ଦ୍ରାପଡ଼ାର ବନମାଳି ବ୍ରହ୍ମଚାରୀ ମଡେଲ୍ ହାଇସ୍କୁଲକୁ ପୋଷ୍ୟ ଭାବେ ନେଇଛନ୍ତି । ଓଏମସି ଏମଡି ବଲୱନ୍ତ ସିଂ ପୁରୀ ପୁରୀ ଜିଲ୍ଲାକୁ ସ୍କୁଲକୁ ପୋଷ୍ୟ ଭାବେ ନେଇଥିବା ବେଳେ ଭଦ୍ରକ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସ ଜଗତସିଂହପୁର କନକପୁରର ସାରଦା ଏକାଡେମୀକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ।

ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୁପେନ୍ଦ୍ର ସିଂ ପୁନିଆ ସୁନ୍ଦରଗଡ଼ର ବିଏସ୍ ହାଇସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ମତ୍ସ୍ୟ ଚାଷ ବିଭାଗର ନିର୍ଦ୍ଦେଶକ ଏସ.ଆର୍ ପ୍ରଧାନ ବାଲେଶ୍ୱର ଜିଲ୍ଲା ହାଇସ୍କୁଲକୁ ପୋଷ୍ୟ ଭାବେ ନେଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ ଯାଜପୁର ଜିଲ୍ଲା ହାଇସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ଓପିଏସସି ସଦସ୍ୟ ନିରଞ୍ଜନ ସାହୁ ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକର ଫତେପୁର ହାଇସ୍କୁଲକୁ ପୋଷ୍ୟ ଭାବେ ନେଇଛନ୍ତି ।

ସୂତ୍ର ଅନୁସାରେ, ଆହୁରି ଏକାଧିକ ଆଇଏସ୍ ଅଫିସର କେଉଁ ବିଦ୍ୟାଳୟକୁ ପୋଷ୍ୟ ଭାବେ ନେବେ ସ୍ଥିର କରିସାରିଛନ୍ତି । ସେମାନଙ୍କ ମଧ୍ୟରୁ ପି. ରାଜେଶ ପ୍ରଭାକର ବାରିପଦାର ପିସି ପୁର ହାଇସ୍କୁଲକୁ ପୋଷ୍ୟ ଭାବେ ନେବାକୁ ଥିବାବେଳେ ପୁନମ ଗୁହା ଗୁଣପୁରର ଡାମ୍ବାସୋରା ଏସଏସଡି ବାଳିକା ହାଇସ୍କୁଲକୁ, ସୁରେନ୍ଦ୍ର କୁମାର ଯାଜପୁରର ଦଶରଥପୁର ହାଇସ୍କୁଲ, ସୁଧାଂଶୁ ସାମଲ୍ କେନ୍ଦ୍ରାପଡ଼ାର ଇନ୍ଦୁପୁର ହାଇସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବେ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.