ପୁରୀ: ଆଜିଠାରୁ ପୁଣି ଥରେ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ଦର୍ଶନ । ଗତକାଲି ଶ୍ରୀମନ୍ଦିରକୁ ସାନିଟାଇଜ୍ କରାଯାଇଥିଲା । ଆଜି ସକାଳୁ ସୁରୁଖୁରରେ ମହାପ୍ରଭୁଙ୍କ ଦର୍ଶ କରୁଛନ୍ତି ଶ୍ରଦ୍ଧାଳୁ । କୋଭିଡ୍ ନେଗେଟିଭ୍ ସାର୍ଟିଫିକେଟ ଦରକାର ହେଉ ନଥିବା ବେଳେ ଆଜିଠାରୁ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଭକ୍ତଙ୍କୁ ଆଉ ବେଶୀ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ବ୍ୟାରିକେଡକୁ ପାଖାପାଖି ୧ କିଲୋମିଟର କମାଇ ଦେଇଛି ପ୍ରଶାସନ । ଫଳରେ ସର୍ବସାଧାରଣ ଦର୍ଶନ ଆଉ ଟିକେ ସହଜ ହୋଇଛି । ଭକ୍ତଙ୍କୁ ଆଉ ବେଶୀ ସମୟ ଲାଇନରେ ଠିଆ ହେବାକୁ ପଡ଼ିବ ନାହିଁ ।
ଆଜିଠାରୁ ମରିଚିକୋଟ ଛକଠାରୁ ବ୍ୟାରିକେଡ ଦେଇ ଭକ୍ତ ଶ୍ରୀମନ୍ଦିର ଭିତରେ ପ୍ରବେଶ କରୁଛନ୍ତି । ପୂର୍ବରୁ ଭକ୍ତଙ୍କ ସମ୍ଭାବ୍ୟ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ସିଂହଦ୍ୱାରଠାରୁ ମାର୍କେଟ ଛକ ଯାଏ ବ୍ୟାରିକେଡ କରିଥିଲା । ଫଳରେ ବାହାରୁ ଆସୁଥିବା ଭକ୍ତ ହଇରାଣ ହେଉଥିଲେ । ପିଲା ଛୁଆଙ୍କୁ ଧରି ଲାଇନରେ ଠିଆ ହେବା କଷ୍ଟକର ଥିଲା । ଏନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।
ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିବା ପରେ ବ୍ୟାରିକେଡକୁ ଗୋଟିଏ କିଲୋମିଟର କମାଇ ଦେଇଛି ପ୍ରଶାସନ । ବ୍ୟାରିକେଡ ଛୋଟ ହେବା ଦ୍ୱାରା ଅଧିକ ସଂଖ୍ୟକ ଭକ୍ତ ମହାପ୍ରଭୁଙ୍କୁ ଦର୍ଶ କରି ପାରୁଛନ୍ତି । ଭିଡ଼ ନିୟନ୍ତ୍ରଣ ପାଇଁ ମନ୍ଦିର ବାହାରେ ଓ ଭିତରେ ମୁତୟନ ହୋଇଛନ୍ତି ବ୍ୟାପକ ପୋଲିସ । ସମସ୍ତେ କୋଭିଡ୍ ଗାଇଡଲାଇନ୍ ମାନିବା ସହ ମାସ୍କ ପିନ୍ଧି ଓ ସାନିଟାଇଜ୍ କରି ମନ୍ଦିର ଭିତରେ ପ୍ରବେଶ କରୁଛନ୍ତି ।
BREAKING NEWS
- ଜୟ ନାରାୟଣ ପଟ୍ଟନାୟକ ହେଲେ କଂଗ୍ରେସର ପୁରୀ ସାଂସଦ ପ୍ରାର୍ଥୀ
- ମିଶ୍ରଣ ପର୍ବ: ବିଜେଡିରେ ମିଶିଲେ ପୂର୍ବତନ ବିଶ୍ଵ ହିନ୍ଦୁ ପରିଷଦ ସଭାପତିଙ୍କ ସହ ବିଭିନ୍ନ ଦଳର ବହୁ ନେତା
- ସାଧାରଣ ନିର୍ବାଚନ ୨୦୨୪: ପ୍ରଥମ ପର୍ଯ୍ୟାୟରେ ଘରୁ ମତଦାନ କରିବେ ୪୧୫୮ ମତଦାତା
- ନାକଚ ହୋଇଯିବ କି ଲାଲୁ ଯାଦବ ଝିଅଙ୍କ ପ୍ରାର୍ଥପତ୍ର
- ୪୪ ଡିଗ୍ରୀ ସହ ବୌଦ୍ଧ ଓ ନୂଆପଡ଼ା ରାଜ୍ୟର ଉତ୍ତପ୍ତ ସହର, ଉପକୂଳରୁ ହଟିଲା ଗ୍ରୀଷ୍ମପ୍ରବାହ ସ୍ଥିତି
- ବିଜେଡିର ମିଶ୍ରଣ ପର୍ବ: ଶଙ୍ଖ ଫୁଙ୍କିଲେ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ବିଜେପି ନେତା ସଂଗ୍ରାମ ମହାପାତ୍ର
- ଗୁଣୁପୁରରୁ ନବୀନ ସରକାର ଉପରେ ବର୍ଷିଲେ ସାଂସଦ ବିପ୍ଳବ କୁମାର ଦେଓ
- କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ: ଏଚଡି ରେଭନ୍ନାଙ୍କୁ ଗିରଫ କଲା ଏସିଆଇଟି
- ବାୟୁସେନା ବାହନ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ: ୫ ଯବାନ ଆହତ
- ୟୁନିସେଫ୍ ର ଭାରତର ନ୍ୟାସନାଲ ଆମ୍ବାସାଡାର ହେଲେ କରୀନା