Latest Odisha News

BREAKING NEWS

ହଳଦୀ ଗାଁରେ ପୁଣି ବୁଲୁଛି ବାଘ, ଲୋକେ ଆତଙ୍କିତ

ନୂଆପଡା ୨୫।୧: ନୂଆପଡା ହଳଦୀ ଗାଁରେ ପୁଣି ଦେଖାଦେଲା ବାଘ ଆତଙ୍କ । ଖରିଆର ରୋଡ୍ ରେଞ୍ଜ ହଳଦୀ ଗାଁ ଜଙ୍ଗଲ ସ୍ଥିତ ଶୀତଲା ମନ୍ଦିର ପାଖ ଚଟାଣ ଉପରେ ବାଘ ବୁଲୁଥିବା ଦେଖିବାକୁ ମିଳିଛି । ବାଘ ବୁଲୁଥିବାର ଚିତ୍ର କ୍ୟାମେରାରେ କଏଦ ହୋଇଛି । ଫଳରେ ହଳଦୀ ଗାଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଗାଁରେ ପହଞ୍ଚି ଭୟଭୀତ ନହେବା ପାଇଁ ଲୋକଙ୍କୁ ପରାମର୍ଶ ଦେଉଛି ବନ ବିଭାଗ ।

୨୦୧୭ ମସିହାରେ ହଳଦୀ ଗାଁରେ ୨ଟି ବାଘ ବୁଲୁଥିବା ଦେଖିବାକୁ ମିଳିଥିଲା । ୪ ବର୍ଷର ଶିଶୁକୁ ମା’ କୋଳରୁ ଝାମ୍ପି ନେଇଥିଲା ବାଘ । ତେବେ ବହୁ ଚେଷ୍ଟା ପରେ ସେହି ୨ଟି ବାଘକୁ ପିଞ୍ଜରା ବସାଇ ଧରିଥିଲା ବନବିଭାଗ । ଏବେ ପୁଣି ଥରେ ସ୍ଥାନୀୟ ଅଞ୍ଚଳରେ ବାଘ ଦେଖି ଲୋକେ ଭୟଭୀତ ହୋଇ ଯାଇଛନ୍ତି ।

 

Leave A Reply

Your email address will not be published.