ଭୁବନେଶ୍ବର : ପୋଲିସ ସେବାରେ ସାହସିକତା ଓ ଉଲ୍ଲେଖନୀୟ ସେବା ପାଇଁ ରାଜ୍ୟପାଳ ମେଡାଲ ପ୍ରଦାନ କରାଯିବ । ପୋଲିସ ବିଭାଗର ୨୦ ଜଣଙ୍କ ଏହି ପଦକ ପ୍ରଦାନ କରାଯିବ । ଏସଟିଏଫ, କ୍ରାଇମବ୍ରାଞ୍ଚ ଡିଆଇଜି ଜୟ ନାରାୟଣ ପଙ୍କଜ, ସ୍ପେଶାଲ ଇଣ୍ଟେଲିଜେନ୍ସ ଓ୍ବିଙ୍ଗର ଡିଆଇଜି ଅନିରୁଦ୍ଧ କୁମାରଙ୍କ ରାଜ୍ୟପାଳ ପଦକ ପ୍ରଦାନ କରାଯିବ ।
ସେହିପରି ଗଞ୍ଜାମ ଏସପି ବ୍ରିଜେଶ ରାୟ, କେନ୍ଦୁଝର ଏସପି ମିତ୍ରଭାନୁ ମହାପାତ୍ର, ଅନୁଗୁଳର ଭାରପ୍ରାପ୍ତ ଏସଡିପିଓ ଅଶ୍ବିନି କୁମାର ସାହୁ, ସ୍ପେଶାଲ ଇଣ୍ଟେଲିଜେନ୍ସ ଓ୍ବିଙ୍ଗର ଏସଆଇ ସନ୍ତୋଷ କୁମାର ସାହୁ, ଝାରସୁଗୁଡ଼ା ଦ୍ବିତୀୟ ବାଟାଲିୟନର ସୁବେଦାର ବାହାଦୁର ଛେତ୍ରି, ରାଉରକେଲା ଚତୁର୍ଥ ବାଟାଲିୟନର ସୁବେଦାର ତ୍ରିଥରାଜ ସାହୁ, ଡ୍ରିଲ ସବଇନ୍ସପେକ୍ଟର ମହମ୍ମଦ ସବିର, ଏସଆଇ ବିନୋଦ ବିହାରୀ ସେଠୀ, ହାବିଲଦାର ପବିତ୍ର ମୋହନ ନାୟକ, ଶିବ ଶଙ୍କର ନାୟକ, ଏସଟିଏଫ ସିଆଇଡି ସିବି ସିପାହୀ ପୀତବାସ ମିଶ୍ର, ସ୍ପେଶାଲ ଇଣ୍ଟେଲିଜେନ୍ସ ଓ୍ବିଙ୍ଗର କନେଷ୍ଟବଳ ସୁନୀଲ ତ୍ରିପାଠୀ, କନେଷ୍ଟବଳ ଦୁକା ଦେବୀ କୁମାରଙ୍କୁ ରାଜ୍ୟପାଳ ପଦକ ପ୍ରଦାନ କରାଯିବ ।
ଏହାସହ ଭିଜିଲାନ୍ସ ନିର୍ଦ୍ଦେଶାଳୟର ଅତିରିକ୍ତ ଏସପି ଅଶ୍ବନି କୁମାର ପଟ୍ଟନାୟକ, ସମ୍ବଲପୁର ଭିଜିଲାନ୍ସ ଡିଭିଜନର ଇନ୍ସପେକ୍ଟର ସଦାନନ୍ଦ ପାଣି, ଭିଜିଲାନ୍ସ ନିର୍ଦ୍ଦେଶାଳୟର ଏଏସଆଇ ଭାରତ ଭୂଷଣ ପଟ୍ଟନାୟକ ଓ କନେଷ୍ଟବଳ ମଞ୍ଜୁଲତା ମିଶ୍ରଙ୍କୁ ରାଜ୍ୟପାଳ ପୋଲିସ ପଦକ ପ୍ରଦାନ କରାଯିବ ।
Comments are closed.