Latest Odisha News

BREAKING NEWS

୧ କେଜି ୧୪୦ ଗ୍ରାମ୍ ବ୍ରାଉନସୁଗର ଜବତ, ଜଣଙ୍କୁ ଗିରଫ କଲା STF

ଭଦ୍ରକ: କଲିକତାରୁ ବାଲେଶ୍ୱର ଦେଇ ଭଦ୍ରକରେ ଜମିଲାଣି ନିଶା ବେପାର । ରେଡ୍ ବେଳେ ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସଟିଏଫ)କୁ ବଡ଼ ସଫଳତା ମିଳିଛି । ଭଦ୍ରକ-ଚାନ୍ଦବାଲି ରୋଡରୁ ୧ କେଜି ୧୪୦ ଗ୍ରାମ ବ୍ରାଉନସୁଗର ସହ ଅନ୍ୟ ଅପରାଧ ସାମଗ୍ରୀ ଜବତ କରିଛି ଏସଟିଏଫ । ମାମଲାରେ ଏସଟିଏଫ ଭଦ୍ରକ ଶଙ୍କରନଗରର ମୀର୍ ମିନହଜ୍ କ୍ୱାଦ୍ରିକୁ ଗିରଫ କରିଛି ।

ଗିରଫ ମୀର୍ ଜବତ ବ୍ରାଉନସୁଗାର ଓ ଅପରାଧରେ ବ୍ୟବହୃତ ଅନ୍ୟ ସାମଗ୍ରୀ ବାବଦରେ କୌଣସି ବୈଧ କାଗଜପତ୍ର ଦେଖାଇ ପାରିନାହିଁ । ଅଭିଯୁକ୍ତ ବିରୋଧରେ ଏନଡିପିଏସ୍ ଆକ୍ଟ ୧୯୮୫ ଅନୁଯାୟୀ ମାମଲା ରୁଜୁ ହୋଇଛି ।

ଗତ ୨୫ ଦିନ ଭିତରେ ଏସଟିଏଫ ବିଭିନ୍ନ ସ୍ଥାନରେ ରେଡ୍ କରି ୩ ଜଣଙ୍କୁ ଗିରଫ କରିଛି । ଏହି ସବୁ ମାମଲାରେ ଏସଟିଏଫ ମୋଟ ୨ କେଜି ୫୫୨ ଗ୍ରାମର ବ୍ରାଉନସୁଗର ଜବତ କରିଥିବା ବେଳେ ୨ ହଜାର କେଜିର ଗଞ୍ଜେଇ ସହ ଅନ୍ୟ ଅପରାଧିକ ସରଞ୍ଜାମ ଜବତ କରିଛି ।

Leave A Reply

Your email address will not be published.