ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ବିଶେଷ କରି ଲାଲକିଲ୍ଲାରେ ଯେଉଁ ଅପ୍ରୀତିକର ଓ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଥିଲା, ଧୀରେ ଧୀରେ ତାର ଭିଜୁଆଲ ସାମ୍ନାକୁ ଆସୁଛି ।
କିଛି ସମୟ ପାଇଁ ଲାଲକିଲ୍ଲାକୁ ଆନ୍ଦୋଳନକାରୀ ଚାଷୀମାନେ ନିଜ ଅକ୍ତିଆରକୁ ନେଇଯାଇଥିଲେ କହିଲେ, କିଛି ଭୁଲ ହେବ ନାହିଁ । ସେମାନଙ୍କର ସଂଖ୍ୟା ଓ ଆକ୍ରୋଶ ଆଗରେ ଦିଲ୍ଲୀ ପୋଲିସ ଏକ ପ୍ରକାର ଅସହାୟ ହୋଇ ପଡିଥିଲା । ଆନ୍ଦୋଳନକାରୀମାନେ ଟେକା ପଥର ଫିଙ୍ଗିଥିଲେ, ଗୋଡାଇ ଗୋଡାଇ ଲାଠିରେ ପିଟିଥିଲେ, ଏପରିକି ପାଚେରିରୁ ତଳକୁ ତଳକୁ ଠେଲି ଦେଇଥିଲେ । ଆନ୍ଦୋଳନକାରୀଙ୍କ ଆକ୍ରମଣରେ ବହୁ ଦିଲ୍ଲୀ ପୋଲିସ ଆହତ ହୋଇଥିବା ସୂଚନା ମିଳିଛି । ଚାଷୀଙ୍କ ଆଗରେ ଦିଲ୍ଲୀ ପୋଲିସ ଏତେ ଅସହାୟ ହୋଇ ପଡିଥିଲା ଯେ, ପଛଘୁଞ୍ଚା ଦେଇ ସେଠାରୁ ପଳାୟନ କରିବାରେ ସେମାନେ ବାଧ୍ୟ ହୋଇଥିଲେ । ଦେଖନ୍ତୁ ଏହି ଚିତ୍ର#WATCH | Delhi: Protestors attacked Police at Red Fort, earlier today. #FarmersProtest pic.twitter.com/LRut8z5KSC
— ANI (@ANI) January 26, 2021
BREAKING NEWS
- ରାଜଧାନୀ ୧ ନମ୍ବର ହାଟରେ ପୁଣି ଅଗ୍ନିକାଣ୍ଡ: ଜଳିଗଲା ଏକାଧିକ ଦୋକାନ
- ସାଂସଦଙ୍କ ପୁଅ ଗାଡ଼ି ଧକ୍କାରେ ଓଡ଼ିଆ ଯୁବତୀ ମୃତ: ଗିରଫ ହେଲାନି ଅଭିଯୁକ୍ତ
- ଓଡ଼ିଶା ଉପରେ ଦୁଇଟି ସକ୍ରିୟ ଘୂର୍ଣ୍ଣିବଳୟ, ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
- ଉଜୁଡ଼ିଗଲା ପୂରା ପରିବାର, iPhoneର ଜିଦ୍ ନେଇଗଲା ୩ ଜୀବନ
- Master Canteen Violence:ମାଷ୍ଟରକ୍ୟାଣ୍ଟିନ ହିଂସା:ଅନଲାଇନ୍ ଅଟୋ ସଂଘ ସଭାପତି ଦୀନବନ୍ଧୁ ପୁରୀରୁ ଗିରଫ
- ଯଥାଶୀଘ୍ର ପୂରଣ ହେବ ବିଶ୍ୱ ବିଦ୍ୟାଳୟରେ ଖାଲି ପଡ଼ିଥିବା ପଦବୀ
- Superstition Murder: ସ୍ତ୍ରୀକୁ ଫେରିପାଇବା ପାଇଁ ସାଙ୍ଗକୁ ବଳି
- ବଡ଼ ପରଦାରେ ପୁଣି ଏକାଠି ହେବେ ସନ୍ନି-ରାଜକୁମାର; ଖୁବ୍ଶୀଘ୍ର ଆସୁଛି ଆକ୍ସନ୍ ଥ୍ରୀଲର ଘାତକ ୨
- ଆଶ୍ରମ ବିଦ୍ୟାଳୟରେ ବ୍ୟାପିଲାଣି ଜଣ୍ଡିସ;ଗୋଟିଏ ସପ୍ତାହରେ ୧୦ ଛାତ୍ରଛାତ୍ରୀ ଆକ୍ରାନ୍ତ
- ମହାନଦୀ ଜଳ ବିବାଦ: ସମାଧାନର ବାଟ ଫିଟାଇବ କେନ୍ଦ୍ରୀୟ ଜଳ ଆୟୋଗଙ୍କ ସ୍ୱତନ୍ତ୍ର ବୈଷୟିକ କମିଟି


Comments are closed.