Latest Odisha News

ବିଶ୍ୱବ୍ୟାପୀ କରୋନା ସଂକ୍ରମଣ ସଂଖ୍ୟା ୧୦ କୋଟି ପାର୍‌

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ ଜାରି ରହିଛି। ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୫ ଲକ୍ଷ ୧୭ ହଜାର ୫୪୩ ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏହାସହିତ ମୋଟ ମାମଲା ୧୦ କୋଟି ୦୮ ଲକ୍ଷ ୦୧ ହଜାର ୪୬୫ କୁ ବୃଦ୍ଧି ପାଇଛି। ଏଥି ସହିତ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ବିଶ୍ୱରେ ୧୫,୪୬୭ ଜଣଙ୍କର ମୃତ୍ୟୁ ହୋଇଛି।

ତେବେ ଅଧିକାଂଶ ଦେଶର ଦୈନିକ କରୋନା ସଂକ୍ରମଣ ସଂଖ୍ୟାରେ ହ୍ରାସ ଘଟିଛି। ପୂର୍ବ ତୁଳନାରେ ମୋଟ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ଘଟିଛି। ଏହାସହିତ କରୋନାରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି।

Leave A Reply

Your email address will not be published.