Latest Odisha News

BREAKING NEWS

ସଂଘବଦ୍ଧ ଆକ୍ରମଣ ଯୋଗୁଁ ଯୁବକଙ୍କ ମୃତ୍ୟୁ

ନବରଙ୍ଗପୁର: ସାମାନ୍ୟ ବଚସାରୁ ସଂଘବଦ୍ଧ ଆକ୍ରମଣ, ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ନରସିଂହଗୁଡା ଗାଁରେ । ପୋଲିସ ତିନି ଅଭିଯୁକ୍ତଙ୍କୁ ଅଟକ ରଖିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି ।

ସୂଚନା ଅନୁଯାୟୀ, ନରସିଂହଗୁଡା ଗାଁର ଘାସି ଯାନୀଙ୍କ ପୁଅ ଥବିର ଯାନୀ ରାସ୍ତାପେ ଯାଉଥିବା ବେଳେ ବିଶୋୟୀ ସାହିରେ ବସିଥିବା ଜୟନ୍ତ ହରିଜନ, ରୋହିତ ବେନିୟା, ଆବୁ ସଲାମ ଓ ଷ୍ଟିଫନେ ହିୟାଲଙ୍କ ସହ ତାଙ୍କର ବଚସା ହୋଇଥିଲା । ପରବର୍ତୀ ସମୟରେ ଘଟଣାଟି ଉଗ୍ର ରୂପ ନେଇଥିଲା । ୪ଜଣଯାକ ସଂଘବଦ୍ଧ ଭାବେ ଥବିରଙ୍କୁ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍‌ତରଖାନାକୁ ଆଣିଥିଲେ ସୁଦ୍ଧା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିବା ସହ ଜୟନ୍ତ ହରିଜନ, ରୋହିତ ବେନିୟା, ଆବୁ ସଲାମଙ୍କୁ ଥାନାରେ ଅଟକ ରଖିଛି । ଅନ୍ୟ ପଟେ ଷ୍ଟିଫେନ ହିୟାଲ ଫେରାର ହୋଇଯାଇଛି । ପୋଲିସ ତାକୁ ଧରିବା ପାଇଁ ଉଦ୍ୟମ ଚଳାଇଛି ।

Leave A Reply

Your email address will not be published.