Latest Odisha News

BREAKING NEWS

ରଶି ଲଗାଇ ଆତ୍ମହତ୍ୟା କଲେ ଜିଲ୍ଲା ଜଜ୍, ଝୁଲନ୍ତା ଅବସ୍ଥା ଉଦ୍ଧାର ହେଲା ମୃତଦେହ 

ଗାଜିଆବାଦ: ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲାରେ ଅପର ଜିଲ୍ଲା ଜଜ୍-୯ ଯୋଗେଶ କୁମାର ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ବିଚାରପତିଙ୍କ ମୃତଦେହ ତାଙ୍କ ବାସଭବନରୁ ଝୁଲନ୍ତା ଅବସ୍ଥା ଉଦ୍ଧାର କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ୍ୟୁ ପୂର୍ବରୁ ସେ କୌଣସି ସୁସାଇଡ୍ ନୋଟ୍ ଛାଡି ନାହାନ୍ତି ।

ଗାଜିଆବାଦର ସିହନୀ ଗେଟ ଥାନା ଅଞ୍ଚଳରେ ଥିବା ନେହରୁ ନଗରରେ ଥିବା ତାଙ୍କ ବାସଭବନରେ ଜଜ୍ ଯୋଗେଶ କୁମାର ଆତ୍ମହତ୍ୟା କରିଛନ୍ତି । ଯୋଗେଶଙ୍କୁ ପ୍ରଥମେ ଯଶୋଦା ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମିଳିଥିବା ସୂଚନା ଅନୁସାରେ, ଯୋଗେଶ କୁମାର ୧୭ ମାର୍ଚ୍ଚ ୨୦୨୦ରେ ଗାଜିଆବାଦ ଜିଲ୍ଲା କୋର୍ଟରେ ନିଯୁକ୍ତି ପାଇଥିଲେ । 

 

 

 

 

 

Leave A Reply

Your email address will not be published.