ଚେପକ: ଆଗାମୀ ଇଂଲଣ୍ଡ ବିପକ୍ଷ ଟେଷ୍ଟ କ୍ରିକେଟ ସିରିଜରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ୨ଟି ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ରହିଛନ୍ତି । ଅଧିନାୟକ ଭାବେ କ୍ରିକେଟ ଇତିହାସରେ ସର୍ବାଧିକ ଶତକ ହାସଲ କରିଥିବା ଅଷ୍ଟ୍ରେଲିଆର ରିକି ପଂଟିଙ୍କ ୪୧ ଶତକ ସହ ସେ ସମକକ୍ଷ ହୋଇଛନ୍ତି । ସେ ଏହି ସିରିଜରେ ଗୋଟିଏ ଶତକ ହାସଲ କଲେ ଏହି ରେକର୍ଡ ଭାଙ୍ଗିବେ । କୋହଲି ଅନ୍ତର୍ଜାତୀୟ କ୍ୟାରିୟରରେ ୧୮୮ ମ୍ୟାଚରେ ଅଧିନାୟକ ଦାୟିତ୍ୱ ତୁଲାଇଛନ୍ତି । ସେ ୬୩.୧୬ ଆଭରେଜରେ ୧୧୮୧୧ ରନ ସଂଗ୍ରହ କରିଛନ୍ତି । ଏଥିରେ ୪୧( ଟେଷ୍ଟରେ ୨୦, ଦିନିକିଆରେ ୨୧) ଶତକ ସାମିଲ । ଅପରପକ୍ଷରେ ପଂଟି ୩୨୪ ମ୍ୟାଚରେ ଅଷ୍ଟ୍ରେଲିଆର ନେତୃତ୍ୱ ନେବା ସହ ୪୫.୫୪ ଆଭରେଜରେ ୧୫୪୪୦ ରନ କରିଛନ୍ତି ।
ଟେଷ୍ଟ କ୍ରିକେଟରେ ଅଧିନାୟକ ଭାବେ ସର୍ବାଧିକ ଶତକ ୨୫ ଶତକ ଦକ୍ଷିଣ ଆଫ୍ରିକାର ଗ୍ରେମ ସ୍ମିଥ ମାରିଛନ୍ତି । କୋହଲି ୫୬ ଟେଷ୍ଟରେ ୨୦ ଶତକ ହାସଲ କରିଛନ୍ତି । ଦିନିକିଆରେ ଅଧିନାୟକ ଭାବେ ସର୍ବାଧିକ ଶତକ ହାସଲ କରିଥିବା ରିକି ପଂଟିଙ୍କଠାରୁ ଗୋଟିଏ ପଛରେ ରହିଛନ୍ତି । ସେ ୨୩୦ ଦିନିକିଆରେ ୨୨ ଶତକ ମାରିଥିବା ବେଳେ କୋହଲି ୯୨ ମ୍ୟାଚରେ ୨୧ ଶତକ ହାସଲ କରିଛନ୍ତି । କୋହଲି ଅଧିନାୟକ ଭାବେ ଇଂଲଣ୍ଡ ବିପକ୍ଷରେ ୪ ଶତକ ମାରିଛନ୍ତି ।
BREAKING NEWS
- Naxalites Surrender: ‘ଲାଲ ଆତଙ୍କ’ଉପରେ ପ୍ରହାର: ୮ଲକ୍ଷ ପୁରସ୍କାର ରାଶି ଥିବା ୪ ମାଓବାଦୀଙ୍କ ଆତ୍ମସମର୍ପଣ
- ଏଣିକି ମହାପ୍ରୟାଣ ପରିବର୍ତ୍ତେ ‘୧୦୯ ନମ୍ବର’ ଗାଡି ବ୍ୟବହାର କରାଯିବ: ସ୍ବାସ୍ଥ୍ୟମନ୍ତ୍ରୀ
- ୧୯ ବର୍ଷରୁ କମ ମହିଳା ଫୁଟବଲ: ଭାରତୀୟ ଦଳରେ ସ୍ଥାନ ପାଇଲେ ଓଡିଶାର ଆକାଶୀ
- ରଣଜୀ ଟ୍ରଫି: ଓଡିଶା ବିପକ୍ଷରେ ଝାରଖଣ୍ଡ ୩୮ ରନରେ ପଛୁଆ
- ବଲିଉଡ ଫିଲ୍ମ କାହିଁକି ଶୁକ୍ରବାର ଦିନ ରିଲିଜ୍ ହୁଏ ?
- CBI Raid: ୭୫ ହଜାର ଟନ୍ କୋଇଲାର ମିଳୁ ନାହିଁ ହିସାବ; MCLରେ ସିବିଆଇର ତନାଘନା
- ରାଜ୍ୟର ସହରାଞ୍ଚଳରେ ପାର୍କର ବଦଳିବ ରୂପରେଖ: ନଗର ଉନ୍ନୟନ ମନ୍ତ୍ରୀ
- ଟି୨୦ ବିଶ୍ୱକପ କ୍ରିକେଟ: ଘୋଷଣା ହେଲା ମ୍ୟାଚ ଅଫିସିଆଲଙ୍କ ନାମ, ୨ଜଣ ଭାରତୀୟ ସାମିଲ
- Black Tigers: ରାଜ୍ୟରେ ବଢିଛି କଳା ବାଘଙ୍କ ସଂଖ୍ୟା..
- First newspaper in india: ଭାରତର ପ୍ରଥମ ଖବରକାଗଜ…ଦୋହଲାଇ ଦେଇଥିଲା ବ୍ରିଟିଶ ଶାସନର ମୂଳଦୁଆ
Comments are closed.