Latest Odisha News

ଭାରତୀ ଚକ୍ରଙ୍କ କବିତା ସଂକଳନ ଲଫାଫା ଲୋକାର୍ପିତ

ଭୁବନେଶ୍ୱର : କବୀ ଭାରତୀ ଚକ୍ରଙ୍କ ପ୍ରଥମ କବିତା ସଂକଳନ ଲଫାଫା ଏଥେନା ବୁକସ ପରିସରରେ ଲୋକାର୍ପିତ ହୋଇଯାଇଛି। ଏହି ସଭାରେ କବୀ ମମତା ଦାଶ , କବି ହୃଷିକେଶ ମଲିକ, କବି ପ୍ରସନ୍ନ କୁମାର ମହାନ୍ତି ଯୋଗଦେଇ ପୁସ୍ତକରେ ସ୍ଥାନ ପାଇଥିବା କବିତାର ଧାରା ବିଷୟରେ ଆଲୋଚନା କରିଥିଲେ।

କବି କେଦାର ମିଶ୍ର ଏହି ସଭାରେ ଅଧ୍ୟକ୍ଷତା କରି ଭାରତୀ ଚକ୍ରଙ୍କ କବିତା ସମ୍ପର୍କରେ ଆଲୋଚନା କରିଥିଲେ।ଏହି ସଭାରେ ଡ. କନକ ମଞ୍ଜରୀ ପଟ୍ଟନାୟକ , କବି ସତ୍ୟନାରାୟଣ ମହାପାତ୍ର ,ଗାଳ୍ପିକ କିଶୋର ଆକାଶ ,କବି ଅଲେଖ ନନ୍ଦୀ , ଶିଳ୍ପୀ ସ୍ମୃତିକାନ୍ତ ରାଉତ ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.