Latest Odisha News

BREAKING NEWS

ଟ୍ରକ୍ କୁ ପିଟିଲା ବୋଲେରୋ; ୩ ବର୍ଷର ଶିଶୁ ମୃତ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା କଟକ ପାରାଦ୍ୱୀପ ରାସ୍ତାର ଜଇପୁର ନିକଟ ଖଣ୍ଡତରୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ରାସ୍ତାରେ ଥୁଆ ହୋଇଥିବା ଏକ ଟ୍ରକକୁ ପିଟିଲା ଏକ ବୋଲେରୋ। ଦୁର୍ଘଟଣାରେ ୩ ବର୍ଷର ଶିଶୁ ପ୍ରାଣ ହରାଇଥିବା ସୂଚନା। ଅନ୍ୟ ଆହତ ମାନଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ ମେଡିକାଲରେ ଭର୍ତ୍ତି କାଇଯାଇଥିବା ସୂଚନା।

ଖବର ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଜଗତସିଂହପୁର ଜିଲ୍ଲା କଟକ ପାରାଦ୍ୱୀପ ରାସ୍ତାର ଜଇପୁର ନିକଟ ଖଣ୍ଡତରୀ ରାସ୍ତାରେ ପୂର୍ବରୁ ଥୁଆହୋଇଥିବା ଏକ ଟ୍ରକ ସହିତ କଟକରୁ ଏରସମା କୋଠି ଗଙ୍ଗାଧରପୁର ଫେରୁଥିବା ଏକ ବୋଲର ଧକ୍କା ଦେଇଥିଲା। ଗାଡ଼ିରେ ବାପା, ମାଆ ୨ ପୁଅ ଓ ଡ୍ରାଇଭର ରହିଥିଲେ।

ଦୁର୍ଘଟଣାରେ ବୋଲେରୋଟି ଚୁର ମାର ହୋଇଯାଇଥିବା ବେଳେ ଏଥିରେ ଥିବା ୩ ବର୍ଷର ଶିଶୁ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିବା ସୂଚନା । ସ୍ଥାନୀୟ ଲୋକଙ୍କ ସହାୟତାରେ ଗାଡିରୁ ଅନ୍ୟ ମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଜଗତସିଂହପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତ ମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।

Comments are closed.