ଭୁବନେଶ୍ବର : ଦୁର୍ଘଟଣା ଘଟାଇ ଖସି ପଳାଉଥିବା କାରକୁ ଜାଳିଦେଲେ ଲୋକେ । ଭୁବନେଶ୍ବର କପିଳେଶ୍ୱରରେ ଦେଖିବାକୁ ମିଳିଛି ଏପରି ଘଟଣା । କାର ଚାଳକ ମଦ୍ୟପାନ କରି ଦୁର୍ଘଟଣା ଘଟାଇ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ମାଡି ବସିଥିଲେ ଲୋକେ । କାର ଚାଳକ ଓ ଭିତରେ ବସିଥିବା ବ୍ୟକ୍ତିଙ୍କୁ ନିର୍ଧୁମ ମାଡ଼ ମାରିଥିଲେ ଲୋକେ । ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ହେଲେ କାରଟି ଅଧାରୁ ଅଧିକ ଜଳି ଯାଇଥିଲା । ଲିଙ୍ଗରାଜ ଥାନା ପୋଲିସ କାର ଚାଳକ ଓ ଅନ୍ୟ ବ୍ୟକ୍ତିଙ୍କୁ ଉତ୍ତ୍ୟକ୍ତ ଲୋକଙ୍କ ଠାରୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି । କାର୍ ଚାଳକ ଓ ବ୍ୟକ୍ତି ଜଣକ ଭୁବନେଶ୍ୱର ବାହାରର ବୋଲି ଜଣାପଡ଼ିଛି।
BREAKING NEWS
- ନିର୍ବାଚନର ମାହୋଲ ଭିତରେ ଦିଲ୍ଲୀକୁ ଘାରିଛି ବୋମା ଭୟ, ପ୍ରଥମେ ବିଦ୍ୟାଳୟ ଏବେ ଡାକ୍ତରଖାନା
- ଟି୨୦ ବିଶ୍ୱକପ: ରୋହିତ, ହାର୍ଦ୍ଦିକଙ୍କ ଫର୍ମ ସାଜିଛି ଚିନ୍ତାର କାରଣ
- ‘ମୁଖ୍ୟମନ୍ତ୍ରୀଙ୍କୁ କଣ୍ଢେଇ ଭଳି ନଚାଉଛନ୍ତି’; ବୈଜୟନ୍ତ ପଣ୍ଡା
- କେଜ୍ରିୱାଲଙ୍କ ୧୦ ଗ୍ୟାରେଣ୍ଟି, କ୍ଷମତାକୁ ଆସିଲେ ମିଳିବ ମାଗଣା ବିଜୁଳି
- ଭାରସାମ୍ୟ ହରାଇ ଓଲଟିଲା କାର:୨ ମୃତ
- ଆସନ୍ତା ୧୫ ତାରିଖରେ ଓଡିଶା ଆସିବେ ରାହୁଲ ଗାନ୍ଧି
- ଗର୍ଜିଲେ ମୋଦୀ, ପଶ୍ଚିମବଙ୍ଗରେ ଦେଲେ ୫ ଗ୍ୟାରେଣ୍ଟି
- ଆସନ୍ତା ୧୪ ତାରିଖରେ ଓଡ଼ିଶା ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହେମନ୍ତ ବିଶ୍ୱ ଶର୍ମା
- ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ଜରୁରୀ ସ୍ୱାସ୍ଥ୍ୟସେବା ପାଇଁ ଏୟାର ଆମ୍ବୁଲାନ୍ସ ନିୟୋଜିତ
- ରାତି ପାହିଲେ ନିର୍ବାଚନ, କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ବୁଥକୁ ଗଲା ଇଭିଏମ୍