Latest Odisha News

‘ଆଲ୍ଲାଙ୍କୁ ସନ୍ତୁଷ୍ଟ କରିବା’ ପାଇଁ ନିଜ ପୁଅର ବଳିଦାନ’, ନିଜ ୬ ବର୍ଷର ପୁଅର ବେକ କାଟି ହତ୍ୟା କଲା ମାଆ

ପଲକ୍କଡ: କେରଳର ପାଲକ୍କଡରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ୩୦ ବର୍ଷୀୟ ମଦ୍ରାସା ଶିକ୍ଷୟିତ୍ରୀ ନିଜ ୬ ବର୍ଷର ପୁଅର ବେକ କାଟି ହତ୍ୟା କରିଛନ୍ତି । ‘ଆଲ୍ଲାଙ୍କୁ ସନ୍ତୁଷ୍ଟ କରିବା’ ପାଇଁ ସେ ନିଜ ପୁଅର ବଳିଦାନ ଦେଇଥିବା କହିଛନ୍ତି । ମହିଳା ଜଣକ ଗର୍ଭବତୀ ଥିବା ଜଣାପଡିଛି । ପୋଲିସ ଉକ୍ତ ମାଦ୍ରାସା ଶିକ୍ଷୟତ୍ରୀଙ୍କୁ ଗିରଫ କରିଛି ।

ପୁରା ଘଟଣା ଶିକ୍ଷୟତ୍ରୀ ନିଜେ ପୋଲିସ ଆଗରେ ବଖାଣିଛନ୍ତି । ସେ ନିଜେ ଏହି ଅପରାଧ ବିଷୟରେ ପୋଲିସକୁ ସୂଚନା ଦେଇଛନ୍ତି । ସୂଚନାନୁସାରେ ଏହି ଘଟଣା ସକାଳ ପ୍ରାୟ ୪ଟା ସମୟରେ ଘଟିଥିଲା । ମହିଳା ଜଣକ ତାଙ୍କର ତିନି ପୁଅ ମଧ୍ୟରୁ ସାନ ପୁଅକୁ ପାଖରେ ଧରି ଶୋଇଥିଲେ । ହଠାତ୍‌ ସକାଳୁ ଉଠି ସେ ପୁଅକୁ ଉଠାଇଲେ ଏବଂ ବାଥ୍‌ରୁମ୍‌କୁ ନେଇ ତାର ଗୋଡ଼ ବାନ୍ଧିଦେଲେ । ଏହାପରେ ତାର ବେକ କାଟିଦେଲେ । ତେବେ ମହିଳାଙ୍କ ସ୍ୱାମୀ ଓ ତାଙ୍କର ଅନ୍ୟ ଦୁଇ ପୁଅ ଘରର ଭିନ୍ନ ଏକ କୋଠରୀରେ ଶୋଇଥିଲେ ।

ପାଲକ୍କଡ ଦକ୍ଷିଣୀ ପୋଲିସ ଷ୍ଟେସନରେ ଦିଆଯାଇଥିବା ଏଫ୍ଆଇଆର୍ ଅନୁଯାୟୀ, ପୁଥୁପାଲିଥିରୁଭା ନିବାସୀ ଶାହିଦା, ତିନି ସନ୍ତାନର ମାଆ । ଶାହିଦା ତୃତୀୟ ପୁଅର ଜୀବନ ନେବା ପରେ ୧୧୨ ନମ୍ବରରେ କଲ୍‌ କରି ନିଜ ଦୋଷ ସ୍ୱୀକାର କରିଥିଲେ । ଏହାସହ ଆଲ୍ହାଙ୍କୁ ବଳି ଦେବା ଉଦେଶ୍ୟରେ ସେ ସାନ ପୁଅ ଆମିଲ ସହ ଏଭଳି କରିଥିବା କହିଛନ୍ତି ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ବାଥରୁମରେ ଆମିଲର ରକ୍ତ ଭିଜା ମୃତଦେହ ଦେଖିଥିଲେ । ତାର ଗୋଡ଼ ବନ୍ଧା ହୋଇଥିଲା । ଏବଂ ସେ ସେହି ବାଥ୍‌ରୁମର ପୁଲ ଭିତରେ ପଡ଼ିଥିଲା । ଖାଲି ସେତିକି ନୁହେଁ ଆମିଲାର ଗଳା କାଟିବା ବେଳେ ଶାହିଦାଙ୍କ ହାତରେ କ୍ଷତ ମଧ୍ୟ ହୋଇଥିଲା ।

ଶାହିଦା ନିକଟସ୍ଥ ଏକ ମାଦ୍ରାସାରେ ଶକ୍ଷୟିତ୍ରୀ ଭାବେ କାମ କରନ୍ତି ଏବଂ ସେ ତିନି ମାସର ଗର୍ଭବତୀ ମଧ୍ୟ ଅଛନ୍ତି । ତାଙ୍କ ସ୍ୱାମୀ ସୁଲେମାନ ନିକଟରେ ଗଲ୍ଫ ଦେଶରୁ କାମ ଛାଡି ପାଲକ୍କଡ ସହରରେ ଟ୍ୟାକ୍ସି ଡ୍ରାଇଭର ଭାବରେ କାମ କରି ଜୀବିକା ନିର୍ବାହ କରୁଛନ୍ତି ।

Leave A Reply

Your email address will not be published.