Latest Odisha News

BREAKING NEWS

ନିଜ ମୃତ୍ୟୁ ଗୁଜବକୁ ଖଣ୍ଡନ କରିଛନ୍ତି ଅଭିନେତା ମୋହନ କପୁର

ନୂଆଦିଳ୍ଲୀ: ଟେଲିଭିଜନ ଅଭିନେତା ମୋହନ କପୁର ସୋସିଆଲ ମିଡିଆକୁ ନେଇ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ସେୟାର୍‌ କରିଛନ୍ତି। ତାଙ୍କର ‘ମୃତ୍ୟୁ’ ଖବରକୁ ସେ ଗୁଜବ ବୋଲି ସ୍ପଷ୍ଟ କରିଛନ୍ତି ଏବଂ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି।

“ନମସ୍କାର ସମସ୍ତଙ୍କୁ, ଏହା ଏଠାରେ ରଖିବା ପାଇଁ ଯେ ମୁଁ ନିରାପଦରେ ଅଛି। ତାଙ୍କ ବାର୍ତ୍ତା ପଢିବା ପରେ ମୋହନଙ୍କ ପ୍ରଶଂସକଙ୍କୁ ଆଶ୍ବସ୍ତି ମିଳିଛି।

ତେବେ ଏକ ନ୍ୟୁଜ୍ ପୋର୍ଟାଲରେ ଭୁଲ୍ ରିପୋର୍ଟ ହୋଇଛି ଯେ ଚଣ୍ଡିଗଡ଼ରେ ଏକ କାର ଦୁର୍ଘଟଣାରେ ମୋହନଙ୍କର ମୃତ୍ୟୁ ଘଟିଛି ଯାହା ଦ୍ବାରା ସମସ୍ତ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ‌ସେ କହିଛନ୍ତି ଯେ ଏହିପରି ମିଥ୍ୟା ଖବର ପ୍ରସାରିତ ହେବା ଠିକ୍‌ ନୁହେଁ।

Leave A Reply

Your email address will not be published.