ଚେନ୍ନାଇ: ଏଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ୨୨୭ ରନରେ ଭାରତକୁ ପରାସ୍ତ କରିଦେଇଛି । ଦୀର୍ଘ ୪ ବର୍ଷ ପରେ ଘରୋଇ ମାଟିରେ ଭାରତ ପରାଜୟ ହୋଇଛି । ଆସନ୍ତୁ ଜାଣିବା ଏହି ମ୍ୟାଚର କେତେକ ଗୁରୁତ୍ୱପୂର୍ଣ୍ଣ ରେକର୍ଡ ବିଷୟରେ-
୧. ୨୦୧୭ ପରଠାରୁ ଭାରତ ଘରୋଇ ମାଟିରେ ଟେଷ୍ଟ ହାରି ନ ଥିଲା । ପୁଣେ ଟେଷ୍ଟରେ ଅଷ୍ଟ୍ରେଲିଆ ୩୩୩ ରନରେ ଭାରତକୁ ହରାଇଥିଲା । ଏବେ ଇଂଲଣ୍ଡଠାରୁ ଭାରତ ପରାଜୟବରଣ କରିଛି ।
୨. ରନ ବ୍ୟବଧାନରେ ଇଂଲଣ୍ଡର ଚେନ୍ନାଇରେ ଏହା ବୃହତ ବିଜୟ । ୧୯୩୪ରେ ଭାରତକୁ ଇଂଲଣ୍ଡ ୨୦୨ ରନରେ ହରାଇଥିଲା ।
୩. ଇଂଲଣ୍ଡ ଦୀର୍ଘ ୩୬ ବର୍ଷ ପରେ ଚେନ୍ନାଇରେ ବିଜୟ ହାସଲ କରିଛି ।
୪. ଜୋ ରୁଟ ବିଦେଶୀ ଖେଳାଳି ଭାବେ ୧୦ ବର୍ଷ ପରେ ଭାରତ ମାଟିରେ ଦ୍ୱିଶତକ ମାରିଛନ୍ତି । ୨୦୧୦ ନ୍ୟୁଜିଲାଣ୍ଡ ଅଧିନାୟକ ବ୍ରେଣ୍ଡନ ମ୍ୟାକକୁଲାମ ଏହି ସଫଳତା ହାସଲ କରିଥିଲେ ।
୫.୧୦୦ତମ ଟେଷ୍ଟରେ ଦ୍ୱିଶତକ ମାରିବାରେ ରୁଟ ପ୍ରଥମ ଖେଳାଳି ହୋଇଛନ୍ତି ।
୬.ଈଶାନ୍ତ ଶର୍ମା ଭାରତର ୬ଷ୍ଠ ଖେଳାଳି ଭାବେ ୩୦୦ ଉଇକେଟ ହାସଲ କରିଛନ୍ତି ।
୭. ରବିଚନ୍ଦ୍ରନ ଅଶ୍ୱିନ ଟେଷ୍ଟ ଇତିହାସରେ ତୃତୀୟ ସ୍ପିନର ଭାବେ ଇନିଂସର ପ୍ରଥମ ବଲରେ ଉଇକେଟ ହାସଲ କରିଛନ୍ତି ।
BREAKING NEWS
- Suvendu Adhikari Net worth: ପଶ୍ଚିମବଙ୍ଗର ନୂଆ ବିଜେପି ମୁଖ୍ୟମନ୍ତ୍ରୀ, ସମ୍ପତ୍ତି ଶୁଣିଲେ ହେବେ କାବା…ପାଖରେ ମାତ୍ର ୧୨ ହଜାର ଟଙ୍କା…
- ବର୍ଷାଦିନେ ବନ୍ଦ ହେବ ଖୋଳାତଡା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
- Russia-Ukraine ceasefire: ଟ୍ରମ୍ପଙ୍କ କଥାରେ ରାଜି ହେଲେ ରୁଷ ଏବଂ ୟୁକ୍ରେନ୍, ୩ ଦିନ ପର୍ଯ୍ୟନ୍ତ କରିବେନି ପରସ୍ପର ଉପରେ ଆକ୍ରମଣ…
- ବିଜୟ ଦେଇଛନ୍ତି ନକଲି ସମର୍ଥନ ପତ୍ର; ବଡ଼ ଅଭିଯୋଗ ଆଣିଲେ ଦିନାକରନ
- ବସ୍-ଟ୍ରକ୍ ଧକ୍କା; ଜଣେ ମୃତ, ୧୫ରୁ ଉର୍ଦ୍ଧ୍ୱ ଆହତ
- ସିବିଆଇ ପଞ୍ଝାରେ CGST ସୁପରିଟେଣ୍ଡେଣ୍ଟ
- ନୂଆ CDS ହେଲେ ଲେଫ୍ଟନାଣ୍ଟ ଜେନେରାଲ୍ ଏନ୍.ଏସ୍ ରାଜା ସୁବ୍ରମଣି
- ତାମିଲନାଡୁ ରାଜନୀତିରେ ‘ରିସର୍ଟ ପଲିଟିକ୍ସ’: ସମସ୍ତ ୫ କଂଗ୍ରେସ ବିଧାୟକ ହାଇଦ୍ରାବାଦ ସ୍ଥାନାନ୍ତର
- କୋଭିଡ୍ଠାରୁ କେତେ ଭୟଙ୍କର ହାନ୍ତାଭାଇରସ୍? ଜାଣନ୍ତୁ କିଭଳି ବ୍ୟାପେ ଏହି ସଂକ୍ରମଣ ଓ କ’ଣ କହୁଛି WHO
- ବାଲିଅନ୍ତା ପରେ ବାଲିପାଟଣାରେ ହତ୍ୟା;ଅଭିଯୁକ୍ତ ଗିରଫ
Comments are closed.