ଚେନ୍ନାଇ: ଏଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ୨୨୭ ରନରେ ଭାରତକୁ ପରାସ୍ତ କରିଦେଇଛି । ଦୀର୍ଘ ୪ ବର୍ଷ ପରେ ଘରୋଇ ମାଟିରେ ଭାରତ ପରାଜୟ ହୋଇଛି । ଆସନ୍ତୁ ଜାଣିବା ଏହି ମ୍ୟାଚର କେତେକ ଗୁରୁତ୍ୱପୂର୍ଣ୍ଣ ରେକର୍ଡ ବିଷୟରେ-
୧. ୨୦୧୭ ପରଠାରୁ ଭାରତ ଘରୋଇ ମାଟିରେ ଟେଷ୍ଟ ହାରି ନ ଥିଲା । ପୁଣେ ଟେଷ୍ଟରେ ଅଷ୍ଟ୍ରେଲିଆ ୩୩୩ ରନରେ ଭାରତକୁ ହରାଇଥିଲା । ଏବେ ଇଂଲଣ୍ଡଠାରୁ ଭାରତ ପରାଜୟବରଣ କରିଛି ।
୨. ରନ ବ୍ୟବଧାନରେ ଇଂଲଣ୍ଡର ଚେନ୍ନାଇରେ ଏହା ବୃହତ ବିଜୟ । ୧୯୩୪ରେ ଭାରତକୁ ଇଂଲଣ୍ଡ ୨୦୨ ରନରେ ହରାଇଥିଲା ।
୩. ଇଂଲଣ୍ଡ ଦୀର୍ଘ ୩୬ ବର୍ଷ ପରେ ଚେନ୍ନାଇରେ ବିଜୟ ହାସଲ କରିଛି ।
୪. ଜୋ ରୁଟ ବିଦେଶୀ ଖେଳାଳି ଭାବେ ୧୦ ବର୍ଷ ପରେ ଭାରତ ମାଟିରେ ଦ୍ୱିଶତକ ମାରିଛନ୍ତି । ୨୦୧୦ ନ୍ୟୁଜିଲାଣ୍ଡ ଅଧିନାୟକ ବ୍ରେଣ୍ଡନ ମ୍ୟାକକୁଲାମ ଏହି ସଫଳତା ହାସଲ କରିଥିଲେ ।
୫.୧୦୦ତମ ଟେଷ୍ଟରେ ଦ୍ୱିଶତକ ମାରିବାରେ ରୁଟ ପ୍ରଥମ ଖେଳାଳି ହୋଇଛନ୍ତି ।
୬.ଈଶାନ୍ତ ଶର୍ମା ଭାରତର ୬ଷ୍ଠ ଖେଳାଳି ଭାବେ ୩୦୦ ଉଇକେଟ ହାସଲ କରିଛନ୍ତି ।
୭. ରବିଚନ୍ଦ୍ରନ ଅଶ୍ୱିନ ଟେଷ୍ଟ ଇତିହାସରେ ତୃତୀୟ ସ୍ପିନର ଭାବେ ଇନିଂସର ପ୍ରଥମ ବଲରେ ଉଇକେଟ ହାସଲ କରିଛନ୍ତି ।
BREAKING NEWS
- ରାସ୍ତାରୁ ହଟିବ ଡିଜେଲ୍ ଚାଳିତ ଆମ ବସ୍: ମନ୍ତ୍ରୀ
- Rule Change For Lok Sabha MPs: ଏଣିକି ସଂସଦରେ ବିଳମ୍ବରେ ପହଞ୍ଚିବା ପଡ଼ିବ ମହଙ୍ଗା, ସିଧା କଟିବ ଦରମା…
- Williams said ‘My Husband Will Kill Me’: ‘ମୋ ସ୍ୱାମୀ ମୋତେ ମାରିଦେବେ…’, କାହିଁକି ଏମିତି କହିଲେ ଭାରତର ଝିଅ ସୁନୀତା ୱିଲିୟମ୍ସ?
- ୧୦୦ କୁକୁରଙ୍କୁ ହତ୍ୟା କରି ସରପଞ୍ଚ ସମେତ ୩ଗିରଫ
- Flight Services: ଭୁବନେଶ୍ବରରୁ ଦୁବାଇ-ସିଙ୍ଗାପୁରକୁ ବିମାନ ସେବା ବନ୍ଦ
- ଜୁନ୍ ସୁଦ୍ଧା ନୂଆ NAC ଓ ପୌର ନିର୍ବାଚନ, ରାଜ୍ୟ ସରକାରଙ୍କୁ ନିର୍ବାଚନ କମିସନରଙ୍କ ଚିଠି
- ଭାରତୀୟ ବାୟୁସେନାର ଟ୍ରେନି ବିମାନ କ୍ରାସ, ପୋଖରୀରେ ପଡ଼ି…
- Swami Avimukteshwaranand Controversy: ଇଚ୍ଛାପତ୍ର, ନିର୍ବାଚନ ନା ଉତ୍ତରାଧିକାରୀ…କେଉଁମାନେ ବନନ୍ତି ଶଙ୍କରାଚାର୍ଯ୍ୟ? କାହିଁକି ସ୍ଵାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ପଦବୀ ନେଇ ଉଠିଲା ପ୍ରଶ୍ନ…
- ପୁଷ୍ପା ୩ରେ ହେବ କି ସଲମାନଙ୍କ ଏଂଟ୍ରି
- କାହିଁକି ୟୁ-ଟର୍ଣ୍ଣ ନେଲା ଟ୍ରମ୍ପଙ୍କ ବିମାନ…
Comments are closed.