Latest Odisha News

BREAKING NEWS

ଯୁଗଶ୍ରୀ ଯୁଗନାରୀ ତରଫରୁ ମହିଳା ସ୍ୱାସ୍ଥ୍ୟ ସଚେତନତା ଶିବିର

ବାଲେଶ୍ୱର : ବାଲେଶ୍ୱରର ଚୂନଭାଟି ସ୍ଥିତ ତଳସାହିରେ ଯୁଗଶ୍ରୀ ଯୁଗନାରୀ ମାସିକ ମହିଳା ପତ୍ରିକା ତରଫରୁ ମହିଳା ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଶିଶୁରୋଗ ବିଶେଷଜ୍ଞ ତଥା ଅବସର ପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମୀନାକ୍ଷୀ ରାୟ ଯୋଗଦେଇ ମହିଳା ଓ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଆଲୋଚନା କରିଥିଲେ ।

ଯୁଗଶ୍ରୀ ଯୁଗନାରୀ ମାସିକ ମହିଳା ପତ୍ରିକାର ଆବାହିକା ସମାଜସେବୀ ଶ୍ରୀମତୀ ପ୍ରତିମା ପଣ୍ଡା, ଯୁଗଶ୍ରୀ ଯୁଗନାରୀର ଉପଦେଷ୍ଟା ଗୀତାଞ୍ଜଳି ସିଂହ, ସମାଜସେବୀ ମନୋରମା ନାୟକ, ଉଷାରାଣୀ ମହାପାତ୍ରଙ୍କ ସମେତ ଶତାଧିକ ମହିଳା ଓ ଶିଶୁ ଏଥିରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.