Latest Odisha News

BREAKING NEWS

ଦେଶରୁ ଆଜି ୧୧ ହଜାର କରୋନା ଆକ୍ରାନ୍ତ, ସୁସ୍ଥ ହେଲେ ୯ ହଜାର, ୯୦ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା କାୟା କମିଥିଲେ ବି ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ଅଧିକ ସଂକ୍ରମିତ ଓ ସୁସ୍ଥ ହୋଇଛନ୍ତି କମ୍ । ୧୧ହଜାର ୬୪୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୯ହଜାର ୪୮୯ ସଂକ୍ରମିତ ।

ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧କୋଟି ୯ଲକ୍ଷ ୧୬ହଜାର ୫୮୯କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୧କୋଟି ୬ଲକ୍ଷ ୨୧ହଜାର ୨୨୦ ଆକ୍ରାନ୍ତ । ଏବେ ଦେଶରେ ୧ଲକ୍ଷ ୩୯ହଜାର ୬୩୭ କରୋନା ଆକ୍ଟିଭ୍ କେସ୍ ରହିଛି । ଅର୍ଥାତ୍ ସୁସ୍ଥ ହାର କ୍ରମାଗତ ବଢ଼ିବାରେ ଲାଗିଛି ।

ଦେଶରେ କମିଛି ଦୈନିକ କରୋନା ଡେଥ୍ କେସ୍ । ଗତ ୨୪ ଘଣ୍ଟାରେ ଆଉ ୯୦ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିସାଇ ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୧ଲକ୍ଷ ୫୫ହଜାର ୭୩୨କୁ ବୃଦ୍ଧି ପାଇଛି ।

Comments are closed.