Latest Odisha News

BREAKING NEWS

ଦିବାରାତ୍ର ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷିତ

ଚେପକ: ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ପାଇଁ ଭ୍ରମଣକାରୀ ଦଳ ଚୂଡାନ୍ତ ଏକାଦଶ ଘୋଷଣା କରିଛି । ଏହି ଦିବାରାତ୍ର ଟେଷ୍ଟ ଅହମ୍ମଦାବାଦରେ ଫେବୃୟାରୀ ୨୪ରେ ଖେଳାଯିବ । ଦଳରେ ଜନି ବେୟାରଷ୍ଟା ଓ ମାର୍କ ଉଡଙ୍କୁ ସାମିଲ କରାଯାଇଛି । ମୋଇନ ଅଲୀ ଦଳରୁ ବାଦ୍ ପଡିଛନ୍ତି । ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଏବେ ୧-୧ ସମାନ ସ୍ଥିତିରେ ରହିଛି । ଦ୍ୱିତୀୟ ଟେଷ୍ଟରେ ଭାରତ ୩୧୭ ରନରେ ଇଂଲଣ୍ଡକୁ ପରାସ୍ତ କରିଛି ।

ବେୟାରଷ୍ଟୋ ଶ୍ରୀଲଙ୍କା ବିପକ୍ଷରେ ବ୍ୟାଟିଂରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ସେହିପରି ବୋଲର ମାର୍କ ଉଡ ଭାରତରେ ଭଲ ପ୍ରଦର୍ଶନ କରିବେ ବୋଲି ଅଧିନାୟକ ଜୋ ରୁଟ ଆଶା ବ୍ୟକ୍ତ କରିଛନ୍ତି । ଶ୍ରୀଲଙ୍କାର ଧୀମା ପିଚରେ ଉଡ ଦ୍ୱିତୀୟ ଟେଷ୍ଟରେ ୩ଟି ଉଇକେଟ ଅକ୍ତିଆର କରିଥିଲେ ।

Comments are closed.