ଭୁବନେଶ୍ୱର : ବିଶିଷ୍ଟ ଭେଷଜ ଓ ଶିଶୁରୋଗ ବିଶେଷଣଜ୍ଞ ଡାକ୍ତର ସୌମିତ୍ରୀ ପାଣିଗ୍ରାହୀଙ୍କ ୮୮ ବର୍ଷ ବୟସରେ ପରଲୋକ ଘଟିଛି ।କିଛିଦିନ ହେଲା ସେ ନିମୋନିଆ ରୋଗରେ ପୀଡିତ ଥିଲେ ।
ସ୍ବର୍ଗତ ପାଣିଗ୍ରାହୀ ଜଣେ ସ୍ୱନାମଧନ୍ୟ ଚିକିତ୍ସକ ଥିଲେ । କଟକ ଏସସିବି ମେଡିକାଲ କଲେଜରେ ସ୍ନାତକ ପରେ ଲଣ୍ଡନ ବିଶ୍ୱବିଦ୍ୟାଳୟରେ ସେ ପାଠ ପଢିଥିଲେ ।ଏହାପରେ ଆମେରିକାର ବୃନିଳ ହସ୍ପିଟାଲରେ ଡାକ୍ତର ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ।ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ କିଛିଦିନ ସେବା କରିବା ପରେ ଗଂଜାମ ଜିଲ୍ଲାର ସ୍ୱାସ୍ଥ୍ୟ ଅଧିକାରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ଶେଷରେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ରହି ଅବସର ଗ୍ରହଣ କରିଥିଲେ।
ତାଙ୍କ ମୃତ୍ୟୁ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ। ତାଙ୍କର ଶେଷକୃତ୍ୟ ସ୍ୱର୍ଗଦ୍ୱାରରେ ହେବ ବୋଲି ପରିବାର ତରଫରୁ ସୂଚନା ଦିଆଯାଇଛି ।
Comments are closed.