Latest Odisha News

BREAKING NEWS

ସମୁଦ୍ର ସଫେଇ ଲାଗି ଜାହାଜ ଡିଜାଇନ କଲେ ପୁଣେର ୧୨ ବର୍ଷୀୟ ବାଳକ

ମୁମ୍ବାଇ : ପୁଣେର ଜଣେ ୧୨ ବର୍ଷୀୟ ହାଜିକ୍ କାଜି ନାମକ ବାଳକ ସମୁଦ୍ରକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଏକ ନିଆରା ଜାହାଜର ଡିଜାଇନ୍ ପ୍ରସ୍ତୁତ କରିଛନ୍ତି । ଏହି ଜାହାଜ କେବଳ ସମୁଦ୍ରରେ ପହଁରିବ ନାହିଁ ତା’ ସହିତ ସମୁଦ୍ରରୁ ବଜ୍ୟବସ୍ତୁ ନିଷ୍କାସନ ମଧ୍ୟ କରିବ ।

ହାଜିକଙ୍କ ଦ୍ୱାରା ଡିଜାଇନ୍ ହୋଇଥିବା ଜାହାଜର ନାମ ‘ଏର୍ଭିସ୍’ ରାଖାଯାଇଥିବା ବେଳେ ଏହି ଜାହାଜକୁ ବ୍ୟବହାର କରି ସମୁଦ୍ରରୁ ଜଳ ପ୍ରଦୂଷଣ କମିବା ସହ ସାମୁଦ୍ରିକ ଜୀବଙ୍କ ଜୀବନ ମଧ୍ୟ ରକ୍ଷା ହୋଇପାରିବ ।

ଏତେ ଛୋଟ ବାଳକର ଏଭଳି ଏକ ଚିନ୍ତାଧାରା ତଥା ଡିଜାଇନକୁ ସାରା ଦେଶରେ ଭୁରିଭୁରି ପ୍ରଶଂସା କରାଯାଉଛି । ମାତ୍ର ୯ ବର୍ଷ ବୟସରୁ ସାମୁଦ୍ରିକ ଜୀବଙ୍କ ରକ୍ଷା ତଥା ସମୁଦ୍ରକୁ ପ୍ରଦୂଷଣ ମୁକ୍ତ କରିବା କଥା ଚିନ୍ତା କରୁଥିଲେ ବୋଲି ହାଜିକ୍ କହିଛନ୍ତି ।

ହାଜିକ୍ ଆହୁରି ମଧ୍ୟ କହିଛନ୍ତି ଯେ “ମୁଁ କେତେକ ଡକୁମେଣ୍ଟାରୀ ଦେଖିବା ପରେ ସାମୁଦ୍ରିକ ଜୀବଙ୍କ ଉପରେ ପ୍ଲାଷ୍ଟିକ୍ ତଥା ଆବର୍ଜନାର କୁପ୍ରଭାବ ପଡ଼ୁଥିବା ଅନୁଭବ କଲି। ସେହି ସାମୁଦ୍ରିକ ଆର୍ବଜନାକୁ ମାଛ ଖାଉଥିବା ବେଳେ ଆମେ ମଧ୍ୟ ସେହି ମାଛଗୁଡିକୁ ଖାଇଥାଉ । ଯାହା ଫଳରେ ପରୋକ୍ଷରେ ସେହି ପ୍ଲାଷ୍ଟିକ୍ ମଧ୍ୟ ଆମ ଶରୀରକୁ ଆସୁଛି ଏବଂ ଏହା ମଣିଷର ଶରୀରକୁ ମଧ୍ୟ ଅନେକ କ୍ଷେତ୍ରରେ ପ୍ରଭାବିତ କରୁଛି” ।

ତାଙ୍କ ଦ୍ୱାରା ନିର୍ମିତ ଜିଜାଇନ ଅନୁସାରେ ଜାହାଜର ତଳ ଭାଗରେ ଏଭଳି ଏକ ସେନ୍ସର ବା ମେସିନ୍ ରହିବ, ଯାହା ସମୁଦ୍ରରୁ ପ୍ଲାଷ୍ଟିକ୍ ଓ ପାଣିକୁ ଜାଣିପାରି ତାର ଆକାର ଅନୁସାରେ ପୃଥକ୍ କରିଦେବ। ଏଥିସହିତ ସଂଗୃହୀତ ଆବର୍ଜନା ପାଣି ସାମୁଦ୍ରିକ ଜୀବଙ୍କ ଠାରୁ ପୃଥକ କରିବା ପରେ ସାମୁଦ୍ରିକ ଜୀବ ଓ ବିଶୁଦ୍ଧ ପାଣିକୁ ସମୁଦ୍ରରେ ଛାଡ଼ି ଦିଆଯିବ ବୋଲି ହାଜିକ୍ ପ୍ରକାଶ କରିଛନ୍ତି ।

ଆହୁରି ମଧ୍ୟ ଏହି ସମୁଦ୍ର ସଫେଇ ଜାହାଜର ଡିଜାଇନ୍କୁ ବିଭିନ୍ନ ଆନ୍ତର୍ଜାତିକ ପ୍ଲାଟଫର୍ମରେ ଉପସ୍ଥାପନ କରି ହାଜିକ୍ ବହୁ ସଂଗଠନ ଦ୍ୱାରା ଉଚ୍ଚ ପ୍ରଶଂସିତ ମଧ୍ୟ ହୋଇପାରିଛନ୍ତି।

Leave A Reply

Your email address will not be published.