Latest Odisha News

BREAKING NEWS

ବିଗବସ୍ ୧୪ରେ ରୁବିନାଙ୍କ ବାଜିମାତ୍, ଜିତିଲେ ୩୬ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ବିଗବସ୍ ସିଜିନ୍ ୧୪ର ବିଜେତା ହେଲେ ରୁବିନା ଦିଲାଇକ୍। ରାହୁଲ ବୈଦ୍ୟଙ୍କୁ ପଛରେ ପକାଇ ଟ୍ରଫି ଜିତିଛନ୍ତି। ଏହି ଖବର ପ୍ରଚାର ପରଠାରୁ ସୋସିଆଲ ମିଡିଆରେ ରୁବିନାଙ୍କ ପ୍ରଶଂସକ ମାନେ ଖୁସି ବ୍ୟକ୍ତ କରୁଛନ୍ତି।

ରୁବିନା ବିଗ୍ ବସ୍ ୧୪ ଟ୍ରଫି ସହ ୩୬ ଲକ୍ଷ ଟଙ୍କା ଜିତିଛନ୍ତି। ବିଗ୍ ବସ୍ ୧୪ ର ଆରମ୍ଭରୁ ରୁବିନା ସବୁଠାରୁ ଦମଦାର ପ୍ରତିଯୋଗୀ ଭାବରେ ଉଭା ହୋଇଥିଲେ।

ରୁବିନାଙ୍କୁ ବିଜୟ ରାଶି ଭାବେ ୩୬ ଲକ୍ଷ ଟଙ୍କା ମିଳିଥିଲା, କାରଣ ରାଖୀ ସାୱନ୍ତ ୧୪ ଲକ୍ଷ ଟଙ୍କା ନେଇ ସୋ ଛାଡିଥିଲେ।

ଫାଇନାଲରେ ଟ୍ରଫି ପାଇଁ ରୁବିନା ଦିଲାଇକ୍, ରାହୁଲ ବୈଦ୍ୟ, ନିକ୍କି ତାମ୍ବୋଲି, ରାଖୀ ସାୱନ୍ତ ଏବଂ ଅଲି ଗୋନି (ଅଲି ଗୋନି) ଙ୍କ ମଧ୍ୟରେ ଟକ୍କର ହୋଇଥିଲା। ପରେ ଗୋଟିଏ ପରେ ଗୋଟିଏ ସମସ୍ତ ଫାଇନାଲିଷ୍ଟ ଆଉଟ୍ ହୋଇଥିଲା ବେଳେ ରୁବିନା ସୋ ଜିତିଥିଲେ।

 

Comments are closed.