Latest Odisha News

ମାନସିକ ଭାରସାମ୍ୟ ହରାଇଛନ୍ତି ଲେଖାଶ୍ରୀ : ବିଜେଡି

ଭୁବନେଶ୍ବର : ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲାର ସିବିଆଇ ତଦନ୍ତକୁ ଅଟକାଇବା ପାଇଁ ସୁପ୍ରିମକୋର୍ଟରେ ରାଜ୍ୟ ସରକାର ଦାମୀ ଓକିଲଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି ଅଭିଯୋଗ କରିଛି ବିଜେପି । ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ୫ ବର୍ଷର ଶିଶୁ କନ୍ୟା ପରୀକୁ ନ୍ୟାୟ ନଦେବା ପାଇଁ ରାଜ୍ୟ ସରକାର ଏବେ ଅଣ୍ଟା ଭିଡ଼ିଛନ୍ତି । ପରୀ ହତ୍ୟାକାଣ୍ଡରେ ତଥ୍ୟ ପ୍ରମାଣ ନଷ୍ଟ କରିବା ପାଇଁ ରାଜ୍ୟ ସରକାର ୪ ସପ୍ତାହ ସମୟ ମାଗିଛନ୍ତି । ପରୀର ହତ୍ୟା ଓ ଅଙ୍ଗ ତସ୍କରୀର ସିବିଆଇ ତଦନ୍ତକୁ ଅଟକାଇବା ପାଇଁ ରାଜ୍ୟ ସରକାର ଜାଣିଶୁଣି ଦାମୀ ଓକିଲ ଇସି ଅଗ୍ରୱାଲଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି କହିଛନ୍ତି ଲେଖାଶ୍ରୀ ।

ଲେଖାଶ୍ରୀଙ୍କ ଅଭିଯୋଗ ପରେ ତାଙ୍କୁ ଟାର୍ଗେଟ୍ କରିଛି ବିଜେଡି । ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ତାଙ୍କର ମାନସିକ ଭାରସାମ୍ୟ ହରାଇଛନ୍ତି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପସିତା ସାହୁ । ଯଦି ତାଙ୍କ ପାଖରେ କିଛି ତଥ୍ୟ ପ୍ରମାଣ ରହିଛି ତେବେ ସେ ତାକୁ ଅଦାଲତରେ ଦାଖଲ କରନ୍ତୁ ବୋଲି ବିଜେଡି କହିଛି ।

ସେହିପରି ରାଜ୍ୟ ସରକାର କେଉଁ ଆଇନଜୀବୀଙ୍କୁ ନିୟୋଜିତ କରିବେ ତାହା କଣ ଲେଖାଶ୍ରୀଙ୍କୁ ପଚାରି କରିଥାଆନ୍ତେ ବୋଲି ଇପସିତା କହିଛନ୍ତି । ଏଭଳି କାର୍ଯ୍ୟ ପାଇଁ ସେ ଲଜ୍ଜିତ ହେବା ସହିତ ଓଡ଼ିଶାବାସୀଙ୍କ ନିକଟରେ କ୍ଷମା ମାଗିବା ଉଚିତ୍‍ ବୋଲି କହିଛନ୍ତି ଇପସିତା ।

Leave A Reply

Your email address will not be published.