Latest Odisha News

BREAKING NEWS

କୋକେନ ଜବତ ଘଟଣାରେ ବିଜେପି ନେତା ରାକେଶ ସିଂହ ଗିରଫ

କୋଲକାତା : ବିଜେପି ଯୁବ ମୋର୍ଚ୍ଚା ସଦସ୍ୟ ପାମେଲା ଗୋସ୍ୱାମୀଙ୍କ ଠାରୁ କୋକେନ ମିଳିବା ଘଟଣାରେ କୋଲକାତା ପୋଲିସ ଆଜି ଆଉ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ହେଲେ ରାକେଶ ସିଂହ । ସେ ବେଙ୍ଗଲ ବିଜେପି ୟୁନିଟର କମିଟି ସଦସ୍ୟ । ରାକେଶଙ୍କୁ ପୂର୍ବ ବର୍ଦ୍ଧମାନ ଜିଲ୍ଲାର ଗ୍ଲାସିରୁ ଗିରଫ କରିଛି ପୋଲିସ । ପଶ୍ଚିମବଙ୍ଗ ବାହାକୁ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ କୋଲକାତା ପୋଲିସ ତାଙ୍କୁ ଗିରଫ କରିଛି । ଆଜି ପୋଲିସ ରାକେଶଙ୍କ ଘରେ ରେଡ୍‌ କରିବାକୁ ଉଦ୍ୟମ କରିବା ବେଳେ ତାଙ୍କର ଦୁଇ ପୁଅ ବାଧା ସୃଷ୍ଟି କରିଥିଲେ । ଫଳରେ ରାକେଶଙ୍କ ଦୁଇ ପୁଅଙ୍କୁ ମଧ୍ୟ ଅଟକ ରଖିଛି ପୋଲିସ ।

ଗତ ୧୯ ତାରିଖରେ ୧୦୦ ଗ୍ରାମ କୋକେନ ସହ ପାମେଲାଙ୍କୁ ଗିରଫ କରିଥିଲା ପୋଲିସ । ତେବେ ପାମେଲା ତାଙ୍କ ବିରୋଧରେ ସାଂଘାତିକ ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ କରିଥିଲେ। ଏପରି କି ବିଜେପି ନେତା ରାକେଶ ସିଂହ ଲୋକ ଲଗାଇ ତାଙ୍କୁ ଫସାଇ ଦେଇଥିବା ପାମେଲା ଗଣମାଧ୍ୟମକୁ କହିଥିଲେ। ଏହି ବୟାନକୁ ଆଧାର କରି ଆଜି କୋଲକାତା ପୋଲିସର ଦୁଇଟି ଟିମ୍ ରାକେଶଙ୍କ ଘରେ ରେଡ୍‌ କରିଥିଲା ।

ପାମେଲା ଗୋସ୍ୱାମୀଙ୍କ ମାମଲାରେ ରାକେଶଙ୍କ ନାଁ ସାମ୍ନାକୁ ଆସିଥିଲା। ଏହାପରେ ପୁଲିସ୍‌ ତାଙ୍କୁ ବୟାନ ରେକର୍ଡ କରିବାକୁ ଡାକିଥିଲା। କିନ୍ତୁ ସେ ଫେବୃଆରୀ ୨୬ ପୂର୍ବରୁ କେଉଁ ଆଡ଼େ ଯାଇ ପାରିବେ ନାହିଁ ବୋଲି କହିଥିଲେ । ତେଣୁ ରାକେଶଙ୍କୁ ଆଜି ପୋଲିସ ମୁଖ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ସେ ଦିଲ୍ଲୀ ଯାଉଛନ୍ତି ଓ ୨୬ ତାରିଖରେ ଫେରିବା ପରେ ବୟାନ ରେକର୍ଡ କରାଇବେ ବୋଲି ମଧ୍ୟ କହିଥିଲେ । ଏପରିକି ପୋଲିସ କମିଶନରଙ୍କୁ ଇ-ମେଲ କରି ମାନହାନୀ କେସ୍‌ ବୋଲି ଧମକ ଦେଇଥିଲେ। ତେବେ ଶେଷରେ ରାକେଶଙ୍କୁ ପୋଲିସ ଗିରଫ କରିଛି ।

Leave A Reply

Your email address will not be published.