Latest Odisha News

BREAKING NEWS

ଟ୍ରାକ୍ଟର ମାଡିଯିବାରୁ ଡ୍ରାଇଭର ମୃତ

ଭଞ୍ଜନଗର: ଟ୍ରାକ୍ଟର ଚଢିଯାଇ ଡ୍ରାଇଭରଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅନ୍ତର୍ଗତ ପାଟପୁରରେ । ନୂଆଗାଁରୁ ଧାନ ଲୋଡ୍ କରି ପାଟପୁର ମିଲକୁ ଆସୁଥିବା ବେଳେ ଅଘଟଣ ଘଟିଛି । ଟ୍ରାକ୍ଟର ମାଡିଯିବା ଯୋଗୁଁ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ନୂଆଗାଁର ଭଜରାମ ଗୌଡ । ପ୍ରଥମେ ତାଙ୍କୁ ଗୁରୁତର ଅବସ୍ଥାରେ ବଡଗଡ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

 

 

Leave A Reply

Your email address will not be published.