Latest Odisha News

BREAKING NEWS

ନିଜ ଡେବ୍ୟୁ ମ୍ୟୁଜିକ୍‌ ଭିଡିଓର ପ୍ରଥମ ଲୁକ୍‌ ସେୟାର୍‌ କଲେ ଭାରତୀ

ନୂଆଦିଲ୍ଲୀ: ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ସୋନି ମ୍ୟୁଜିକ୍ ର “ନା ନାଇ ସୁନା” ସହିତ ତାଙ୍କର ମ୍ୟୁଜିକ୍ ଭିଡିଓରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଗୀତରେ କ୍ରିଷ୍ଟଲ୍‌ ଡି’ସୁଜା, ଜିଗର ସାରୟା ଏବଂ ଡିଜେ ରେହବ ମଧ୍ୟ ଅଭିନୟ କରିଛନ୍ତି। ସିଙ୍ଗଲର ପ୍ରଥମ ଲୁକ୍ ସେୟାର କରି ଭାରତୀ କହିଛନ୍ତି, ସର୍‌ପ୍ରାଇଜ୍‌! ମୋର ପ୍ରଥମ ଭିଡିଓ ରିଲିଜ୍ ହେବାକୁ ଯାଉଛି। ଆପଣ ପ୍ରସ୍ତୁତ ଅଛନ୍ତି କି?

କପିଲ୍‌ ଶର୍ମା ଶୋର ଏକ ଗୁରୁତ୍ବପୂର୍ଣ୍ଣ ଚରିତ୍ରର ଅଂଶୀଦାର ହୋଇଥିବା ଭାରତୀ ଅନେକ ଶୋ’ରେ ହୋଷ୍ଟ୍‌ ଭାବେ ଅନେକଙ୍କ ହୃଦୟ ଜିତି ପାରିଛନ୍ତି। ନିକଟରେ ତାଙ୍କ ଇନ୍‌ଷ୍ଟାଗ୍ରମ୍‌ ଆକାଉଣ୍ଟରେ ୪ ନିୟୁତ ଅନୁସରଣକାରୀଙ୍କ ହୋଇଥିବାରୁ ସେ ଏହି ଖୁସି ନିଜ ପ୍ରଶଂସକଙ୍କ ସହ ବାଣ୍ଟିଥିଲେ। ସେ ଏକ ଭିଡିଓ ପୋଷ୍ଟ କରି ତାଙ୍କ ପ୍ରଶଂସକଙ୍କୁ ସେମାନଙ୍କ ପ୍ରେମ ଏବଂ ସମର୍ଥନ ପାଇଁ ଧନ୍ୟବାଦ ଦେଇଥିଲେ।

Comments are closed.