Latest Odisha News

ଟୁଲ୍‌କିଟ୍‌ ମାମଲା; ମାର୍ଚ୍ଚ ୯ରେ ନିକିତା ଜାକୋବଙ୍କ ଜାମିନ ଆବେଦନ ଉପରେ ରାୟ ଦେବେ କୋର୍ଟ

ନୂଆଦିଲ୍ଲୀ: ପଟିଆଲା ହାଉସ୍ କୋର୍ଟ ମାର୍ଚ୍ଚ ୯ରେ କୃଷକଙ୍କ ବିରୋଧ ସହ ଜଡିତ “ଟୁଲ୍‌କିଟ୍‌” ମାମଲାରେ ଜାମିନ ମାଗିଥିବା ନିକିତା ଜାକୋବଙ୍କ ଆବେଦନ ଉପରେ ଶୁଣାଣି କରିବେ। ଫେବୃଆରୀ ୧୭ରେ ବମ୍ବେ ହାଇକୋର୍ଟ ଦ୍ବାରା ତିନି ସପ୍ତାହ ଧରି ଜାକୋବଙ୍କୁ ଗିରଫଦାରୀରୁ ସୁରକ୍ଷା ଦିଆଯାଇଥିଲା। ଦିଲ୍ଲୀ ପୋଲିସ ଜାକୋବ, “ଜଳବାୟୁ କାର୍ଯ୍ୟକର୍ତ୍ତା” ଦିଶା ରବି ଏବଂ ଅନ୍ୟମାନଙ୍କ ବିରୋଧରେ ଟୁଲ୍‌କିଟ୍‌ ମାମଲାର ଯାଞ୍ଚ କରୁଛି।

ତେବେ କୋର୍ଟ ଗତ ସପ୍ତାହରେ ଦିଶାଙ୍କୁ ଜାମିନ ପ୍ରଦାନ କରିଥିଲେ। ଟୁଲ୍‌କିଟ୍‌ ମାମଲାରେ ୨୧ ବର୍ଷୀୟ କାର୍ଯ୍ୟକର୍ତ୍ତା ଦିଶାଙ୍କୁ ‘ଟୁଲ୍କିଟ୍’ ଡକ୍ୟୁମେଣ୍ଟ ପ୍ରସ୍ତୁତ ଏବଂ ପ୍ରସାର ମାମଲାରେ ବେଙ୍ଗାଲୁରୁରୁ ଗିରଫ କରାଯାଇଥିଲା। ଫେବୃଆରୀ ୩ରେ ସ୍ବିଡେନ୍‌ର ଜଳବାୟୁ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗ ଏହି ‘ଟୁଲ୍କିଟ୍’କୁ ଏକ ଟ୍ୱିଟରେ ସେୟାର କରିଥିଲେ, ଯାହା ପରେ ସେ ଡିଲିଟ କରିଥିଲେ।

Leave A Reply

Your email address will not be published.