Latest Odisha News

BREAKING NEWS

ବିଷଧର ନାଗକୁ ପାଣି ପିଆଇଲା ବିଷ ହୀନ ବାଲି ବୋଆ

ଯାଜପୁର: ସାପ-ସାପ ମଧ୍ୟରେ ଲଢ଼େଇ । ବଡ଼ଚଣା ଥାନା ଅନ୍ତର୍ଗତ କୁଳହରିପୁର ଗାଁରେ ସାପ-ସାପ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିଛି । ରାସ୍ତା କଡ଼ରେ ୨ଟି ସାପ ପରସ୍ପରକୁ ଆକ୍ରମଣ କରିଥିରେ । ଗୋଟିଏ ୪ ଫୁଟ୍ ଲମ୍ବର ନାଗ ସାପ ଅନ୍ୟ ଏକ ଛୋଟ କମନ ସ୍ୟାଣ୍ଡ ବୋଆ ବା ବାଲି ବୋଆ ସାପକୁ କାମୁଡ଼ି ଧରିଥିଲା । ଛୋଟ ସାପଟି ମଧ୍ୟ ନିଜର ଲାଙ୍ଗୁଳରେ ନାଗର ବେକକୁ ଗୁଡ଼ାଇ ଦେଇଥିଲା ।

Snake Helpline Rescued Two Snake At Jajpur

ସ୍ଥାନୀୟ ଲୋକ ସ୍ନେକ୍ ହେଲ୍ପ ଲାଇନକୁ ହ୍ଵାଟ୍ସଆପରେ ଫଟୋ ପଠାଇ ଡାକିଥିଲେ । ସ୍ଥାନୀୟ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ପ୍ରଦୋଷ କୁମାର ଜେନା ପହଞ୍ଚି ସାପ ୨ଟିକୁ ଚିହ୍ନଟ କରିଥିଲେ । ସାପଙ୍କୁ ବିରକ୍ତ ନ କରିବା ପାଇଁ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଅନୁରୋଧ କରିଥିଲେ ମଧ୍ୟ ଲୋକ ଶୁଣିନଥିଲେ । ୨ ସାପଙ୍କୁ ତୁରନ୍ତ ଅଲଗା କରିବାକୁ ଜିଦ୍ ଧରିଥିଲେ ଲୋକ । ନଚେତ୍ ସାପ ୨ଟିକୁ ପିଟିପିଟା ମାରି ଦେବେ ବୋଲି କହିଥିଲେ ।

Snake Helpline Rescued Two Snake At Jajpur

ସ୍ନେକ ହେଲ୍ପ ଲାଇନ ସଦସ୍ୟ ପ୍ରଦୋଷ ବାଧ୍ୟ ହୋଇ ସ୍ନେକ ହୁକରେ ସାପ ୨ଟିକୁ ଅଲଗା କରିଥିଲେ । ସାପ ୨ଟିକୁ ଅଲଗା କରିବା ପରେ ସେଠାରୁ କିଛି ଦୂରରେ ଛାଡ଼ି ଦେଇଥିଲେ । ଛାଡ଼ିବା ବେଳେ ଉଭୟ ସାପ ବଞ୍ଚିଥିଲେ । କମନ ସ୍ୟାଣ୍ଡ ବୋଆ ବିଷ ହୀନ ହୋଇଥିବା ବେଳେ ନାଗ ଦୀର୍ଘ ସମୟ ଧରି କାମୁଡ଼ି ଧରିଥିବାରୁ ସେ ମରି ଯାଇଥିବ ହୋସି ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ।

Leave A Reply

Your email address will not be published.