Latest Odisha News

BREAKING NEWS

ବଂଚିଗଲା ଇମ୍ରାନଙ୍କ ସରକାର

ଲାହୋର: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଶନିବାର ସଂସଦରେ ନିଜ ସରକାରଙ୍କୁ ବଂଚାଇବାରେ ସଫଳ ହୋଇଛନ୍ତି । ବିଶ୍ୱାସ ମତରେ ଇମ୍ରାନଙ୍କ ସପକ୍ଷରେ ୧୭୮ ଭୋଟ ପଡିଥିଲା । ସରକାର ବଂଚାଇବା ପାଇଁ ତାଙ୍କୁ ୧୭୨ ଭୋଟର ଆବଶ୍ୟକତା ଥିଲା । ବାଚସ୍ପତି ମଧ୍ୟ ବିଧିବଦ୍ଧ ଭାବେ ଇମ୍ରାନଙ୍କ ସରକାର ସୁରକ୍ଷିତ ବୋଲି ଘୋଷଣା କରିଛନ୍ତି । ବିରୋଧୀ ଦଳ ଏହି ପ୍ରକ୍ରିୟାକୁ ବହିଷ୍କାର କରିଥିଲା ।

ତହରିକ-ଏ-ଇଂସାଫ ପାର୍ଟି ବିଜୟ ହାସଲ କରିବା ପରେ ସଂସଦ ବାହାରେ ବସିଥିବା ବିରୋଧୀ ଦଳ ନେତାଙ୍କୁ ଖରାପ ବ୍ୟବହାର ଦେଖାଇଥିଲେ । ସିନେଟ ନିର୍ବାଚନରେ ଇମ୍ରାନଙ୍କ ଦଳ ଖରାପ ପ୍ରଦର୍ଶନ କରିଥିଲା । ବିଭିନ୍ନ ଦିଗରୁ ସମାଲୋଚିତ ହେବା ପରେ ଇମ୍ରାନ ନିଜ ଆଡୁ ବିଶ୍ୱାସ ମତ ପାଇଁ ଆହ୍ୱାନ କରିଥିଲେ ।

Comments are closed.