Latest Odisha News

ଆଜି ଦାୟିତ୍ୱ ନେବେ ସୌମେନ୍ଦ୍ର ପ୍ରିୟଦର୍ଶୀ

ଭୁବନେଶ୍ୱର: ଆଜି ଦାୟିତ୍ୱ ନେବେ ଟୁଇନ୍ ସିଟିର ନୂଆ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଗତକାଲି ତାଙ୍କୁ ନୂଆ ନିଯୁକ୍ତି ମିଳିଥିଲା । ୧୯୯୫ ବ୍ୟାଚ୍‌ ଆଇପିଏସ ଅଫିସର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହା ପୂର୍ବରୁ କ୍ରାଇମବ୍ରାଞ୍ଚର ଏଡିଜି ଥିଲେ । ନିଯୁକ୍ତି ମିଳିବା ପରେ ନୂଆ ପୋଲିସ କମିଶନର କହିଛନ୍ତି, ସରକାର ଦେଇଥିବା ଦାୟିତ୍ୱକୁ ସୁରୁଖୁରୁରେ  ସମ୍ପାଦନ ପାଇଁ ଉଦ୍ୟମ କରିବେ ।

ନୂଆ ପୋଲିସ କମିଶନରଙ୍କ ଆଗରେ ଚ୍ୟାଲେଞ୍ଜ କଟକ-ଭୁବନେଶ୍ୱରରେ ଅପରାଧ ନିୟନ୍ତ୍ରଣ । ଦିନକୁ ଦିନ ଲୁଟ, ଡକାୟତ ଭଳି ଘଟଣା ଘଟୁଛି । ଏହା ଏହାକୁ ରୋକିବା ତାଙ୍କ ପାଇଁ ଚ୍ୟାଲେଞ୍ଜ । ସେହିପରି ବରିଷ୍ଠ ନାଗରିକଙ୍କ ସୁରକ୍ଷା ସହ ପୋଲିସ-ପବ୍ଲିକ ସମ୍ପର୍କକୁ ଅଧିକ ମଜଭୁଦ କରିବା ଦିଗରେ ତାଙ୍କ ପଦକ୍ଷେପ ଉପରେ ନଜର ରହିବ । ଅଭିଜ୍ଞ ସୌମେନ୍ଦ୍ର ପ୍ରିୟଦର୍ଶୀ ପୂର୍ବରୁ କଟକ ଏସପି, କଟକ ଡିସିପି, ପୁରୀ ଏସପି ଓ କେନ୍ଦ୍ରାଞ୍ଚଳ ଆଇଜି ଥିଲେ ।

Leave A Reply

Your email address will not be published.