Latest Odisha News

ଶ୍ରେୟସ ଆୟରଙ୍କ ଦମଦାର ବ୍ୟାଟିଂ, ଇଂଲଣ୍ଡ ଆଗରେ ୧୨୫ ରନର ବିଜୟ ଲକ୍ଷ୍ୟ

ଅହମ୍ମଦାବାଦ : ମୋଟେରାର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ୍‌ ଜାରି ରହିଛି । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ୍‌ ହରାଇ ରନ ୧୨୪ ରନ ସଂଗ୍ରହ କରିଛି ଭାରତ । ମ୍ୟାଚ୍ ଜିତିବା ପାଇଁ ଇଂଲଣ୍ଡ ଆଗରେ ୧୨୫ ରନ୍ ଟାର୍ଗେଟ ରହିଛି । ଭାରତ ପକ୍ଷରୁ ଶ୍ରେୟସ ଆୟର ସର୍ବାଧିକ ୬୭ ରନ କରି ଆଉଟ ହୋଇଛନ୍ତି ।

ଇନିଂସ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଟିମ୍‌ ଇଣ୍ଡିଆ । ଇଂଲଣ୍ଡକୁ ଦ୍ବିତୀୟ ଓଭରରେ ହିଁ ବଡ ସଫଳତା ମିଳିଥିଲା । ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର ପ୍ରଥମ ସଫଳତା ହାସଲ କରିଥିଲେ । କେଏଲ ରାହୁଲ ମାତ୍ର ୧ ରନ୍‌ କରି ଆଉଟ ପ୍ୟାଭିଲିୟନ ଫେରାଇଥିଲେ । ରାହୁଲଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ କୋହଲି ମଧ୍ୟ ଦର୍ଶକଙ୍କୁ ନିରାଶ କରିଥିଲେ । ଖାତା ଖୋଲିବା ପୂର୍ବରୁ ଆଦିଲ ରସିଦଙ୍କ ବଲରେ ଆଉଟ ହୋଇଥିଲେ କୋହଲି ।

ତେବେ ଋଷଭ ପନ୍ତ ଓ ଆୟର୍ ଆଶା ସଞ୍ଚାର କରିଥିଲେ। ଋଷଭ ପନ୍ତ ଭଲ ଆରମ୍ଭ କରିଥିଲେ ମଧ୍ୟ ବଡ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ । ସେ ୨୩ ବଲ ଖେଳି ୨୧ ରନ୍‌ ଆଉଟ ହୋଇଥିଲେ । ସେହିପରି ହାର୍ଦ୍ଧିକ ପାଣ୍ଡ୍ୟା ୧୯ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ । ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର ସର୍ବାଧିକ ୩ଟି ଓ୍ବିକେଟ ହାସଲ କରିଥିବା ବେଳେ, ଆଦିଲ ରସିଦ, ମାର୍କ ଉଡ୍‌, କ୍ରିସ୍‌ ଜୋର୍ଡନ ଏବଂ ବେନ୍‌ ଷ୍ଟ୍ରୋକସ୍‌ ଗୋଟିଏ ଲେଖାଏଁ ଓ୍ବିକେଟ୍‌ ହାସଲ କରିଥିଲେ ।

Comments are closed.