Latest Odisha News

ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ଓଡ଼ିଶା ରାଜ୍ୟ କ୍ୟାବିନେଟର ଏକ ମନ୍ତ୍ରୀସ୍ତରୀୟ ବୈଠକ ଆଜି ସନ୍ଧ୍ୟାରେ ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ହେବା ସହିତ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେବାର ସମ୍ଭାବନା ରହିଛି ।

ସଚିବାଳୟଠାରେ ରାଜ୍ୟ କ୍ୟାବିନେଟର ବୈଠକ ସନ୍ଧ୍ୟା ୫ଟା ୩୦ ମିନିଟରେ ଆରମ୍ଭ ହେବାକୁ ଥିବାବେଳେ ସମସ୍ତ ମନ୍ତ୍ରୀ ସ୍ତରୀୟ ବୈଠକ ସନ୍ଧ୍ୟା ୬ଟା ଅନୁଷ୍ଠିତ ହେବାର ସୂଚନା ହସ୍ତଗତ ହୋଇଛି । ଉଭୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ ।

ଏହି ବୈଠକରେ ରାଜ୍ୟ କ୍ୟାବିନେଟ ପକ୍ଷରୁ କେଉଁ ପ୍ରସ୍ତାବ ଉପରେ ଆଲୋଚନା ହେବ ତାହା ସ୍ପଷ୍ଟ ଅନୁମାନ ହୋଇପାରିନଥିବା ବେଳେ ବିଶେଷ ସୂତ୍ର ଅନୁଯାଇ କୃଷି ତଥା ଜଳସେଚନ ନେଇ ଏହି ବୈଠକରେ କ୍ୟାବିନେଟ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ।

Leave A Reply

Your email address will not be published.