Latest Odisha News

ଆଲବମ୍ ଅଭିନେତ୍ରୀ ସିମରନଙ୍କ ପରିବାର ପକ୍ଷରୁ ସିବିଆଇ ତଦନ୍ତ ଦାବି

ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲା ଗହୀରମଥା ନିକଟସ୍ଥ ମହାନଦୀ ସେତୁ ଉପରେ ଜାନୁଆରୀ ୩ ତାରିଖରେ ଆଲବମ୍ ଅଭିନେତ୍ରୀ ସିମରନଙ୍କ ମୃତଦେହ ଉଦ୍ଧାର ଘଟଣାରେ ତାଙ୍କ ପରିବାର ପକ୍ଷରୁ ସିବିଆଇ ତଦନ୍ତ ଦାବି କରାଯାଇଛି । ଏନେଇ ସିବିଆଇ ଦଦନ୍ତ କରିବାକୁ ଶନିବାର ଦିନ ପରିବାର ସଦସ୍ୟମାନେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ।

ସିମରନଙ୍କ ପରିବାର ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦେଇ ଅଭିଯୋଗ କରିଛନ୍ତି, ଥାନାରେ ଦିଆଯାଇଥିବା ଲିଖିତ ଅଭିଯୋଗରେ ସିମରନଙ୍କ ସ୍ୱାମୀ ଏବଂ ତାଙ୍କ ମାଆ ତଥା ପରିବାର ସଦସ୍ୟ ରୁକୁ ସୁନାଙ୍କ ନାମ ଉଲ୍ଲେଖ କରାଯାଇଥିଲେ ମଧ୍ୟ ପୋଲିସ କେବଳ ତାଙ୍କ ସ୍ୱାମୀଙ୍କୁ ଗିରଫ କରିଛନ୍ତି ।

ସେମାନେ ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିବା ସହିତ ଦୋଷୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

Comments are closed.