ଭୁବନେଶ୍ବର : କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟିଛନ୍ତି ବିଜେଡି ସାଂସଦ । ଓଡ଼ିଶାରେ ଚାଷୀଙ୍କ ଧାନ କ୍ରୟ ଓ ବକେୟା ସବସିଡ୍ ତୁରନ୍ତ ପ୍ରଦାନ କରିବାକୁ ଦାବି କକରିଛନ୍ତି ବିଜେଡି ସାଂସଦ । ତେବେ ଏହି ପ୍ରସଙ୍ଗକୁ କେନ୍ଦ୍ର ସରକାର ବିଚାର କରିବା ସହ ଓଡ଼ିଶାର ଦାବିକୁ ପୂରଣ କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ।
କରୋନା ସମୟରେ ଦେଶ ଅର୍ଥନୀତିରେ କୃଷି କ୍ଷେତ୍ର ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ହେଲେ ମଣ୍ଡିରେ ଅଚଳାବସ୍ଥା ଯୋଗୁଁ ପଡ଼ି ରହିଛି ହଜାର ହଜାର ବସ୍ତା ଧାନ । ଚାଷୀଙ୍କ ଧାନ ବିକ୍ରି ହୋଇ ନପାରିବାରୁ ଚାଷୀ ରାସ୍ତାରୋକ କରୁଛନ୍ତି । ତେଣୁ ଏ ଦିଗରେ ମଧ୍ୟ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
Comments are closed.