Latest Odisha News

କୋରାପୁଟର କୋଲାବ ଜଳଭଣ୍ଡାରରେ ଡଙ୍ଗାବୁଡ଼ି ଜଣେ ନିଖୋଜ

କୋରାପୁଟ : କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକ ଅନ୍ତର୍ଗତ ଦୁର୍ଲା ଘାଟ ନିକଟର କୋଲାବ ଜଳଭଣ୍ଡାରରେ ଡଙ୍ଗା ବୁଡିଯିବା ଘଟଣାରେ ଜଣେ ବ୍ୟକ୍ତି ନିଖୋଜ ହୋଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ ଦୁର୍ଲା ଠାରୁ ଡଙ୍ଗା ପାର ହୋଇ ନିଜ ଗ୍ରାମ ମାଲକାନଗିରି ଜିଲ୍ଲାର ସିତାପଲିକୁ ଯିବା ପାଇଁ ଦୁଇ ଜଣ ଦେଶି ଡଙ୍ଗା ସାହାଯ୍ୟରେ ଲମତା ପୁଟ ଆସୁଥିବା ବେଳେ ହଠାତ ଡଙ୍ଗାଟି ନଦୀରେ ବୁଡ଼ି ଯାଇଥିଲା।

ନିଖୋଜ ବ୍ୟକ୍ତିଙ୍କ ନାମ ଗୁରୁ ହନ୍ତାଳ ବୋଲି ସୁତ୍ରରୁ ପ୍ରକାଶ ।

ଏହି ଡଙ୍ଗା ଅଚାନକ ବୁଡିଯିବା ଫଳରେ ସ୍ଥାନୀୟ ଗ୍ରାମବାସୀ ମାନେ ସଙ୍ଗେ ସଙ୍ଗେ ବୃଦ୍ଧାଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ଗୁରୁ ହନ୍ତାଳ ନିଖୋଜ ହୋଇ ଯାଇଥିଲେ ।

ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ଅନୁସନ୍ଧାନ ଜାରି ରଖିଥିବା ନେଇ ସୂଚନା ମିଳିଛି ।

Comments are closed.