Latest Odisha News

BREAKING NEWS

ଓଡ଼ିଶାରେ ପ୍ରଥମ ଲକଡାଉନକୁ ପୂରିଲା ବର୍ଷେ, ଗତବର୍ଷ ଆଜିର ଦିନରେ ୫ଜିଲ୍ଲା ଓ ୮ ସହରରେ ଲାଗିଥିଲା କଟକଣା

ଭୁବନେଶ୍ୱର: କୋଭିଡ୍ ମହାମାରୀ ବିରୋଧରେ ମହା ଅଭିଯାନରେ ପ୍ରଥମ ରାଜ୍ୟ ଭାବରେ ଦେଶରେ ଲକଡାଉନ୍ ଘୋଷଣା କରିଥିଲା ଓଡ଼ିଶା । ଗତବର୍ଷ ଆଜିର ଦିନରେ ରାଜ୍ୟରେ ଲକଡାଉନ୍ ଲାଗୁ ହୋଇଥିଲା । ୫ଟି ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, କଟକ କେନ୍ଦ୍ରାପଡ଼ା ଓ ଅନୁଗୁଳ ଜିଲ୍ଲାକୁ ଲକଡାଉନ୍ କରାଯାଇଥିଲା । ଏହାସହ ୮ଟି ସହର ସମ୍ୱଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ରାଉରକେଲା, ପୁରୀ, ଯାଜପୁର ରୋଡ୍, ଯାଜପୁର ଟାଉନ୍ ଓ ଭଦ୍ରକ ସହରରେ ବି ଜାରି ହୋଇଥିଲା ଲକଡାଉନ୍ କଟକଣା ।

୨୦୨୦, ମାର୍ଚ୍ଚ ୨୨ ତାରିଖର ସକାଳ ୭ଟାରୁ ମାର୍ଚ୍ଚ ୨୯ ତାରିଖ ରାତି ୯ଟା ଯାଏ ଜାରି ହୋଇଥିଲା ଲକଡାଉନ୍ । ଏନେଇ ତାପୂର୍ବଦିନ ଅର୍ଥା ୨୧ ମାର୍ଚ୍ଚ ୨୦୨୦ରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲକଡାଉନ୍ ଘୋଷଣାରେ ଦେଶରେ ପ୍ରଥମ ରାଜ୍ୟ ଥିଲା ଓଡ଼ିଶା ।

ବର୍ଷେ ତଳେ କରୋନାକୁ ନେଇ ଲୋକଙ୍କ ଭିତରେ କୋକୁଆ ଭୟ ଥିଲା । ମାର୍ଚ୍ଚ ୨୫ରେ କେନ୍ଦ୍ର ସରକାର ଦେଶରେ ଲକଡାଉନ୍ ଘୋ।ଣା କରିଥିଲେ । ରାଜ୍ୟରେ ଲକଡାଉନ୍ ଘୋଷଣା ବେଳେ ରାଜ୍ୟରେ ୨ ଜଣ ସଂକ୍ରମିତ ଥିଲେ । ସେମାନେ ବିଦେଶ ଫେରନ୍ତା ଥିଲେ । ଲକଡାଉନ୍ ଘୋଷଣାକୁ ବର୍ଷେ ବିତିଛି । ଏବେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୩୮ହଜାର ପାର କରିଛି ।

ସେପ୍ଟେମ୍ବର ମାସ ବେଳକୁ ଓଡ଼ିଶାରେ ସଂକ୍ରମଣ ଶୀର୍ଷ ଛୁଇଁଥିଲା । ଦୈନିକ ସଂକ୍ରମଣ ପାର କରିଥିଲା ୪ ହଜାର । ଲକଡାଉନ୍ ଓ ସଟଡାଉନ୍ ସହ ସଫଳ ମୁକାବିଲା ପାଇଁ ରାଜ୍ୟରେ ନିୟନ୍ତ୍ରଣକୁ ଆସିଥିଲା ମହାମାରୀ । ଏବେ କିଛି ଦିନ ହେଲା ରାଜ୍ୟରେ ବଢୁଛି ଆକ୍ରନ୍ତଙ୍କ ସଂଖ୍ୟା । ଦୈନିକ ସଂକ୍ରମଣ ଶହେରୁ ଅଧିକ ରହୁଛି । ତାସହ ବଢୁଛି ଆକ୍ଟିଭ୍ କେସ୍ । ଲକଡାଉନ୍ ଓ ସଟଡାଉନ୍ କଷ୍ଟ ସହିଛନ୍ତି ରାଜ୍ୟବାସୀ । ଆଉ ଯେମିତି ଲକଡାଉନ୍ ନଫେରୁ ସେଥିପ୍ରତି ସତର୍କ ରହିବା ପାଇଁ ନିକଟରେ ଅପିଲ୍ କରିଥିଲେ ମୁଖ୍ୟମନ୍ତ୍ରୀ ।

Comments are closed.