Latest Odisha News

ବଢୁଛି କରୋନା ସଂକ୍ରମଣ, ସତର୍କ ହେଲା ଗଞ୍ଜାମ ଜିଲ୍ଲା ପ୍ରଶାସନ, ସୁରଟ ଓ ମୁମ୍ବାଇରୁ ଗଞ୍ଜାମକୁ ଫେରିଲେ ୭ ଦିନ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ

ଗଞ୍ଜାମ: ସ୍ଥିତି ଆଗକୁ ଆହୁରୀ ଭୟଙ୍କର ହେବା ଆଗରୁ ସତର୍କ ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ହଟ୍‌ସ୍ପଟ୍‌ ଅଞ୍ଚଳରୁ ଆସୁଥିବା ଲୋକଙ୍କ ଉପରେ ଜିଲ୍ଲା ପ୍ରଶାସନର କଡ଼ା ନଜର ରଖିଛି । ଏହାସହ ଜିଲ୍ଲାକୁ ବାହାର ଅଞ୍ଚଳରୁ ଆସିଲେ RTPCR ଟେଷ୍ଟ ନେଗେଟିଭ ରିପୋର୍ଟ ଆଣିବାକୁ ବାଧ୍ୟତାମୂଳକ କରିଛି ପ୍ରଶାସନ । ସୁରଟ ଓ ମୁମ୍ବାଇରୁ ଫେରିଲେ ୭ ଦିନ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ ।

ଆଗକୁ ଜିଲ୍ଲାରେ ବୁଢୀ ଠାକୁରାଣୀ ଯାତ୍ରା ଓ ଦଣ୍ଡନାଚ ପାଳନ ହେବ । ଏହି ସମୟରେ ପ୍ରବାସୀ ଗଞ୍ଜାମ ଫେରିବା ଆଶଙ୍କା ରହିଛି ।

Comments are closed.