ପୁରୀ: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଏଥିପାଇଁ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ଏହି ଅବସରରେ ରତ୍ନ ସିଂହାସନରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ଦୁର୍ଲଭ ସୁନାବେଶ ବା ରାଜରାଜେଶ୍ୱର ବେଶ । ସକାଳ ଧୂପ ପରେ ମହାପ୍ରଭୁଙ୍କ ଠାରେ ପାଟବସ୍ତ୍ର ଲାଗି ହୋଇ ପ୍ରାୟ ୩୨ ପ୍ରକାର ଅଳଙ୍କାରରେ ଭୂଷିତ କରାଯିବ । ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ପ୍ରମୁଖ ଯାତ୍ରା ହେଉଛି ଦୋଳଯାତ୍ରା ବା ଦୋଳପୂର୍ଣ୍ଣିମା ।ଏହି ଅବସରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ଦେଖିବାକ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି ।
ଏଥିସହ ଫଗୁ ଓ ଅବିର ଖେଳିବେ ଶ୍ରୀଜିଉ । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ ଓ ଅନ୍ୟାନ୍ୟ ନୀତିକାନ୍ତି ସରିବା ପରେ ଆଜ୍ଞାମାଳ ପାଇ ମହାପ୍ରଭୁଙ୍କ ଚଳନ୍ତିପ୍ରତିମା ଦୋଳଗୋବିନ୍ଦ ଓ ରତ୍ନସିଂହାସନରେ ପୂଜା ପାଉଥିବା ଭୂଦେବୀ, ଶ୍ରୀଦେବୀ ବିମାନରେ ବିଜେ କରିବେ । ଶ୍ରୀମନ୍ଦିର ବେଢ଼ା ସାତ ଥର ପ୍ରଦିକ୍ଷଣ କରିବେ । ଅବିର ଖେଳ ମଧ୍ୟରେ ବିମାନ ଦୋଳବେଦୀକୁ ବିଜେ କରିବାର ପରମ୍ପରା ରହିଛି । ଏହାସହ ଆଜିର ଦିନରେ ଦୋଳବେଦୀରେ ଠାକୁରଙ୍କ ସାମ୍ନାରେ ପାଞ୍ଜିି ପଢାଯିବାର ପରମ୍ପରା ବି ରହିଛି ।
BREAKING NEWS
- କଟକ ନିଆଳିର ନକଲି ପନିରରେ ମିଶୁଛି ମଇଦା ଓ ଡିଟରଜେଣ୍ଟ, ହରିୟାଣା ଲ୍ୟାବ୍ ରିପୋର୍ଟରୁ ସାଂଘାତିକ ଖୁଲାସା
- ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବିଜେପିର ମାଷ୍ଟରଷ୍ଟ୍ରୋକ୍; ଡି. ପୁରନ୍ଦେଶ୍ୱରୀଙ୍କୁ ମିଳିଲା ଓଡ଼ିଶା ମଙ୍ଗ
- ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା: ୧୧୫ ପୌରସଂସ୍ଥାକୁ ନୋଟିସ୍
- MMDRକୁ ନେଇ ଗର୍ଜିଲା ବିଜେଡି: ସରକାରଙ୍କ ଆଭିମୁଖ୍ୟ ଓ ପଦକ୍ଷେପକୁ ନେଇ ପ୍ରଶ୍ନ ଉଠାଇଲେ ସୁଜାତା, ଜବାବ ରଖିଲା ବିଜେପି
- Ukraine War: ହେବ ତ୍ରିପାକ୍ଷିକ ଆଲୋଚନା
- ଗଭୀର ଅବପାତ ଜନିତ ବର୍ଷା; ଜିରୋ କାଜୁଆଲିଟି ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ
- ୨୭ ତାରିଖ ରବିବାର ଖୋଲା ରହିବ ସମସ୍ତ ବ୍ୟାଙ୍କ, ୨୮ରୁ ୩ ଦିନିଆ ଧର୍ମଘଟ
- Kitchen Habit : କୁକର୍ରୁ ବିଗିଡିପାରେ ସ୍ୱାସ୍ଥ୍ୟାବସ୍ଥା
- ୨୭୦୦ ଟଙ୍କାର ମେଡିସିନକୁ ୨୭ ହଜାର, ଦିବାଲୋକରେ ଲୁଟ୍ ବୋଲି କହିଲେ ସୁପ୍ରିମକୋର୍ଟ
- Impact of deep depression in Gajapati: ବର୍ଷା ବିତ୍ପାତ:ଭାଙ୍ଗିଲା ଘର,ଏହି ଜିଲ୍ଲାରେ ୩,୧୭୦ ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର

Comments are closed.