Latest Odisha News

ଇଣ୍ଟରନେଟ୍‌ ସେନ୍ସେସନ ପାଲଟିଛି ପୁରୁଣା ଦିଲ୍ଲୀର ‘ବଟର୍‌ କଫି’

ନୂଆଦିଲ୍ଲୀ:ବଟରରେ କଫି ପ୍ରସ୍ତୁତ ହେଉଥିବା ବିଷୟରେ କେବେ ଶୁଣିଛନ୍ତି କି? ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜଣେ ବ୍ୟକ୍ତି ବ୍ୟକ୍ତି ରାଜଧାନୀ ଦିଲ୍ଲୀର ରାସ୍ତା କଡ଼ରେ ଥିବା ଷ୍ଟଲରେ ବଟର କଫି ବିକ୍ରି କରୁଛନ୍ତି। ଜଣେ ଫୁଡ୍‌ ବ୍ଲଗର୍ ଅମର ସିରୋହି ନାମକ ଜଣେ ବ୍ୟକ୍ତି ଜାମା ମସଜିଦ୍ ନିକଟରେ ଥିବା ବଟର୍‌ କଫି ଷ୍ଟଲ୍‌ ପରିଦର୍ଶନ କରିଛନ୍ତି। ଅମର ବଟର କଫି ପିଇବା ସହ ଇନଷ୍ଟାଗ୍ରାମ ଏକ ଭିଡିଓରେ ନିଜ ଅନୂଭୂତି ମଧ୍ୟ ସେୟାର୍‌ କରିଥିଲେ।

ଅସୀମୁଦ୍ଦିନ ନାମକ ଜଣେ ବ୍ୟକ୍ତି ପ୍ରାୟ ୨୦ ବର୍ଷ ଧରି ଏହି ସଂକୀର୍ଣ୍ଣ ରାସ୍ତାରେ ଏହି ବଟର୍‌ କଫି ଷ୍ଟଲ୍ ଖୋଲିଛନ୍ତି। ଏହି କଫି ପ୍ରସ୍ତୁତ ପ୍ରଣାଳୀ ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି। ପ୍ରଥମେ ସେ ଏକ ଗ୍ଲାସରେ କ୍ଷୀର ଢାଳିଲେ ଏବଂ ସେଥିରେ କଫି ପାଉଡର ଏବଂ ବହୁ ପରିମାଣର ବଟର ମିଶାଇଥିଲେ। ତାପରେ ସେଥିରେ ଚିନି ମିଶାଇବା ପରେ ସେ ଏହି ସ୍ପେଶାଲ୍‌ ବଟର୍‌ କଫି ପ୍ରସ୍ତୁତ ହୋଇଥିଲା।

ଏହା ପରେ, ସେ ଏକ କପରେ ବଟର କଫି ପରିବେଷଣ କରି ସେଥିରେ କୋକୋ ପାଉଡର ଛିଞ୍ଚିଥିଲେ।

ଏହି ବଟର କଫିର ମୂଲ୍ୟ ପ୍ରତ୍ୟେକ କପ୍ ପିଛା ୩୦ ଟଙ୍କା ରହିଛି। ଏଠାରେ କେବଳ ବଟରରେ ପ୍ରସ୍ତୁତ କଫି ନୁହେଁ ବରଂ ଚା’ ମଧ୍ୟ ମିଳିଥାଏ। ତେବେ ଏହି ବଟର୍‌ କଫିର ଏହି ଭିଡିଓ ଏବେ ଇଣ୍ଟରନେଟ୍‌ ସେନ୍ସେସନ ପାଲଟିଛି।

Comments are closed.