Latest Odisha News

BREAKING NEWS

ପୁରୀରେ ବାରିକେଡରେ ଫଶିଗଲା ଶିଶୁ କନ୍ୟାର ମୁଣ୍ଡ

ପୁରୀ: ଶ୍ରୀମନ୍ଦିର ଜୋତା ଷ୍ଟାଣ୍ଡ ନିକଟରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜୋତାଷ୍ଟାଣ୍ଡ ବାରିକେଡରେ ଏକ ଚାରି ବର୍ଷ ଝିଅ ମୁଣ୍ଡ ପୁରାଇ ଦେବାରୁ ବାହାରି ପାରି ନ ଥିଲା । ଘଟଣା ସ୍ଥଳରେ ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ମିଶି ଷ୍ଟିଲ ରଡ୍ କାଟି ଝିଅଟିକୁ ସୁରକ୍ଷିତ ବାବେ ଉଦ୍ଧାର କରିଥିଲେ ।

ଆଜି ପୁରୀ ବୁଲିବାକୁ ଆସିଥିବା ଭବାନୀପାଟଣାର ଏକ ଦମ୍ପତ୍ତିଙ୍କ ସହ ଏହି କୁନି ଝିଅଟି ଥିଲା । ତେବେ ବାପା ମାଆ ଚପଲ ରଖିବା ନିମନ୍ତେ ଷ୍ଟାଣ୍ଡ ନିକଟରେ ଠିଆ ହୋଇଥିବା ବେଳେ ହଠାତ୍ କୁନି ଝିଅଟି ବ୍ୟାରିକେଡ୍ ଭିତରେ ମୁଣ୍ଡ ଗଳାଇ ଦେଇଥିଲା । ସେମାନେ ତାକୁ ତା ଭିତରୁ ବାହାର କରିବାକୁ ଉଦ୍ୟମ କରିଥିଲେ ହେଁ ବିଫଳ ହୋଇଥିଲେ । ନିକଟରେ ଥିବା ଜଣେ ଏହା ଦେଖି ସିଂହଦ୍ୱାର ନିକଟରେ ଥିବା ପୋଲିସ କର୍ମଚାରୀଙ୍କୁ ଖବର ଦେଇଥିଲେ । ଏଥି ସହ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଖବର ଦିଆଯାଇଥିଲା । କଟର ସାହାର୍ଯ୍ୟରେ ରଡ୍ କଟାଯାଇଥିଲା । ଆଉ ଶେଷରେ ସୁରକ୍ଷିତ ଭାବେ ପିଲାଟିକୁ ଉଦ୍ଧାର କରାଯାଇଥିଲା ।

Leave A Reply

Your email address will not be published.