ବିଜାପୁର: ଛତିଶଗଡ଼ରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟରେ ଏବେ ବି ୧୫ ଯବାନ ନିଖୋଜ ଅଛନ୍ତି । ଗତକାଲି ସୁକମା-ବିଜାପୁର ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁ ହୋଇଥିଲେ । ଉଭୟପକ୍ଷ ମଧ୍ୟରେ ୩ ଘଣ୍ଟା ଧରି ଚାଲିଥିଲା ଗୁଳି ବିନିମୟ । ଏଥିରେ ୫ ଜଣ ଯବାନ ସହିଦ ହୋଇଛନ୍ତି । ୧୨ଜଣ ଆହତ ହୋଇଛନ୍ତି ।
ପୋଲିସ ଗୁଳିରେ ଜଣେ ମହିଳା ମାଓବାଦୀର ମୃତ୍ୟୁ ହୋଇଛି । ଏନକାଉଣ୍ଟର ସ୍ଥଳରୁ ଉଦ୍ଧାର ହୋଇଛି ମୃତଦେହ । ଅଧିକ ମାଓବାଦୀ ମୃତାହତ ହୋଇଥିବା କୁହାଯାଉଛି । ବିଜାପୁର-ସୁକମା ଜିଲ୍ଲାର ସୀମାବର୍ତ୍ତା ଅଞ୍ଚଳରେ ସୁରକ୍ଷାକର୍ମୀ ଗତକାଲି ଆରମ୍ଭ କରିଥିଲେ ନକ୍ସଲ ବିରୋଧୀ ଅଭିଯାନ । ସିଆରପିଏଫ୍, କୋବ୍ରା ବାଟାଲିଅନ୍, ଡିଆରଜି ଓ ଏସଟିଏଫ ମିଳିତ ଅପରେସନ୍ ଚଳାଇଥିଲେ ।
#UPDATE At least 15 jawans missing after yesterday’s Sukma encounter. A reinforcement party rushed to the spot. Bodies of 2 out of 5 jawans who died in encounter recovered. Among injured jawans, 23 admitted to Bijapur Hospital & 7 to Raipur hospital: Chhattisgarh Police Sources
— ANI (@ANI) April 4, 2021
ଏତିକିବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ । ଦୀର୍ଘ ୩ ଗଣ୍ଟା ଗୁଳି ବିନିମୟ ପରେ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ । ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଗୁଳିବିନିମୟରେ ଯବାନ ମୃତାହତ ହେବା ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ଟ୍ୱିଟ୍ କରି ସହିଦଙ୍କ ପରିବାରକୁ ସମବେଦନା ଜଣାଇବା ସହ ପ୍ରଧାନମନ୍ତ୍ରୀ କହିଛନ୍ତି, ସହିଦଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ । ଆହତଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ।
My thoughts are with the families of those martyred while fighting Maoists in Chhattisgarh. The sacrifices of the brave martyrs will never be forgotten. May the injured recover at the earliest.
— Narendra Modi (@narendramodi) April 3, 2021
Comments are closed.