Latest Odisha News

BREAKING NEWS

୪୦ ଡିଗ୍ରୀ ଉପରେ ୬ ସହରର ତାପମାତ୍ରା

ଭୁବନେଶ୍ବର : ଗ୍ରୀଷ୍ମ ପ୍ରବାହରେ ଆଉଟୁପାଉଟୁ ହେଲେଣି ରାଜ୍ୟବାସୀ । ପ୍ରବଳ ତାତି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଲାଣି । ପାରଦ ବଢ଼ି ଚାଲିଥିବା ବେଳେ, ଆଜି ୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୪୧ ଡିଗ୍ରୀ ସହ ସୁନ୍ଦରଗଡ଼ ସୁବୁଠୁ ଉତ୍ତପ୍ତ ସହର ପାଲଟିଛି ।

ଅନ୍ୟ ସହରମାନଙ୍କ ମଧ୍ୟରୁ ବଲାଙ୍ଗିରରେ ତାପମାତ୍ରା ୪୦.୫ ଡିଗ୍ରୀ ଥିବା ବେଳେ, ଝାରସୁଗୁଡ଼ା, ସମ୍ବଲପୁର, ଟିଟିଲାଗଡ଼ ଓ ମାଲକାନଗିରିରେ ତାପାମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ବାରିପଦାରେ, ୩୯.୬, ହୀରାକୁଦ, ତାଳଚେର, ଭବାନୀପାଟଣା ଓ ବୌଦ୍ଧରେ ୩୯.୫ ଡିଗ୍ରୀ, ସୋନପୁରରେ ୩୯ ଡିଗ୍ରୀ, ଅନୁଗୁଳରେ ୩୮.୭, ରାୟଗଡ଼ାରେ ୩୮.୫, ଫୁଲବାଣୀରେ ୩୮.୪, ନୟାଗଡ଼ରେ ୩୭.୭, ଭୁବନେଶ୍ବରରେ ୩୭.୫, କେନ୍ଦୁଝରରେ ୩୬.୬, କଟକ ଓ ପାରଳେଖେମୁଣ୍ଡିରେ ୩୬ ଡିଗ୍ରୀ, ଚାନ୍ଦବାଲି ଓ କୋରାପୁଟରେ ୩୫ ଡିଗ୍ରୀ, ଗୋପାଳପୁରରେ ୩୪.୮, ବାଲେଶ୍ବରରେ ୩୪.୩, ପୁରୀରେ ୩୩.୬, ଦାରିଙ୍ଗିବାଡିରେ ୩୩.୫, ଛତ୍ରପୁରରେ ୩୩ ଓ ପାରାଦୀପରେ ୩୧.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Comments are closed.