Latest Odisha News

BREAKING NEWS

ରାଜଧାନୀର ଗୋଟିଏ ଆପାର୍ଟମେଣ୍ଟରୁ ୧୦ ପିଜିଟିଭ୍ ଚିହ୍ନଟ, ସିଲ୍ ହେଲା ଆପାର୍ଟମେଣ୍ଟ

ଭୁବନେଶ୍ୱର: ଏକାଧିକ କରୋନା ପଜିଟିଭ୍ ଚିହ୍ନଟ ପରେ ବିଏମସି ଭୁବନେଶ୍ୱର ଟଙ୍କପାଣି ରୋଡ୍‌ସ୍ଥିତ ତରୁ ଆପାର୍ଟମେଣ୍ଟକୁ ସିଲ୍ କରି ଦେଇଛି । ଆଜିଠାରୁ ୧୬ ତାରିଖ ପର୍ଯ୍ୟନ୍ତ ୧୦ ଦିନ ପାଇଁ ଆପାର୍ଟମେଣ୍ଟକୁ ସିଲ୍ କରାଯାଇଛି । ଏହି ସମୟରେ ଆପାର୍ଟମେଣ୍ଟ ଭିତରୁ ବାହାରକୁ କେହି ଯାଇପାରିବେ ନାହି । ବାହାରୁ ଭିତରକୁ ପ୍ରବେଶ ମନା କରାଯାଇଛି ।

ବିଏମସି ସୂଚନା ଅନୁସାରେ ଆପାର୍ଟମେଣ୍ଟ ପରିସରକୁ ସାନିଟାଇଜ୍ କରାଯିବ । ଆପାର୍ଟମେଣ୍ଟରେ ବିଏମସି ପକ୍ଷରୁ ସମସ୍ତ ଜରୁରୀକାଳୀନ ସେବା ଯୋଗାଇ ଦିଆଯିବ । ଆପାର୍ଟମେଣ୍ଟରୁ ୧୦ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅନ୍ୟ ସମସ୍ତଙ୍କୁ ହୋମ୍ ଆଇସୋଲେସନରେ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । କୌଣସି ମେଡିକାଲ ସହାୟତା ଲାଗି ବିଏମସିକୁ ସମ୍ପର୍କ କରିବାକୁ କୁହାଯାଇଛି ।

ଏଥିସହ ଯଦି କାହାଠାରେ କୋଭିଡର କୌଣସି ଲକ୍ଷଣ ଦେଖାଗଲେ ତୁରନ୍ତ ଟେଷ୍ଟ କରିବାକୁ କୁହାଯାଇଛି । କୌଣସି ଜରୁରୀକାଳୀନ ପରିସ୍ଥିତିରେ ସୋସାଇଟିର ଲୋକ ବିଏମସିର ହେଲ୍ପଲାଇନ୍ ନମ୍ବର ୧୯୨୯ ଅଥବା ୭୮୪୭୮୭୩୦୪୦ରେ ସମ୍ପର୍କ କରିବାକୁ କୁହାଯାଇଛି ।

Leave A Reply

Your email address will not be published.