Latest Odisha News

BREAKING NEWS

ଉତ୍ତରପ୍ରଦେଶର ଏସବୁ ସ୍ଥାନରେ ଲାଗିଲା ନାଇଟକର୍ଫ୍ୟୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ବଢୁଛି । ତାସହ ବଢ଼ିଲା କଟକଣା । ବିଭିନ୍ନ ଜିଲ୍ଲାରେ ସଂକ୍ରମଣ ବ୍ୟାପୁଥିବାରୁ ଫେରିଲା ନାଇଟକର୍ଫ୍ୟୁ । ଲକ୍ଷ୍ନୌ, ପ୍ରୟାଗରାଜ, କାନପୁର ଓ ବାରଣାସୀରେ ଆଜିଠାରୁ ରାତ୍ରିକାଳୀନ କର୍ଫ୍ୟୁ ଜାରି କରିଛନ୍ତି ଉତ୍ତରପ୍ରଦେଶ ସରକାର । ପ୍ରୟାଗରାଜରେ ରାତି ୧୦ଟାରୁ ସକାଳ ୮ଟା ଯାଏ କର୍ଫ୍ୟୁ ବଳବତ୍ତର ରହିବ ।

ସେହିପରି କାନପୁର ଓ ବାରଣାସୀରେ ରାତି ୧୦ଟାରୁ ସକାଳ ୬ଟା ଯାଏ କର୍ଫ୍ୟୁ ଲାଗିବ । ତେବେ ଲକ୍ଷ୍ନୌରେ ରାତି ୯ଟାରୁ କାଳ ୬ଟା ଯାଏ କର୍ଫ୍ୟୁ । କେବଳ ଅତ୍ୟାବଶ୍ୟକ ଓ ଜରୁରିକାଳୀନ ସେବାକୁ ବାଦ ଦିଆଯିବ । ପେଟ୍ରୋଲ ପମ୍ପ, କ୍ଷୀର, ପନିପରିବା, ଫଳ, ଏଲପିଜି ଆଦି ଯୋଗାଣ ଜାରି ରହିବ । ସାଧାରଣ ଲୋକଙ୍କ ଯାଆସ ଉପରେ କଡ଼ା କଟକଣା ଜାରି କରିଛନ୍ତି ସରକାର । ଆସନ୍ତା ଏପ୍ରିଲ ୩୦ ତାରିଖ ଯାଏ ଉତ୍ତରପ୍ରଦେଶର ଏହି ଚାରିଟି ସ୍ଥାନରେ କର୍ଫ୍ୟୁ ବଳବତ୍ତର ରହିବ ।

Leave A Reply

Your email address will not be published.