Latest Odisha News

BREAKING NEWS

୪୦ ଡିଗ୍ରୀ ଉପରେ ରାଜ୍ୟର ୯ଟି ସହରର ତାପମାତ୍ରା

ଭୁବନେଶ୍ବର : ତାତିରେ ଆଉଟୁ ପାଉଟୁ ସାରା ରାଜ୍ୟ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଅସ୍ତବ୍ୟସ୍ତ ହେଲାଣି ଜନଜୀବନ । ଆଜି ଉପକୂଳବର୍ତ୍ତି ଜିଲ୍ଲାରେ ପାରଦ ସାମାନ୍ୟା ହ୍ରାସ ପାଇଛି ସତ । ହେଲେ ସୂର୍ଯ୍ୟଙ୍କ ପ୍ରକୋପରେ ତାତିଛି ପଶ୍ଚିମ ଓଡ଼ିଶା । ଆଜି ୪୨ ଡିଗ୍ରୀ ସହ ଟିଟିଲାଗଡ଼ରେ ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଛି । ଟିଟିଲାଗଡ଼କୁ ବାଦଦେଲେ ଝାରସୁଗୁଡ଼ାରେ ୪୦ ଡିଗ୍ରୀ, ତାଳଚେରେ ୪୦.୧, ଭବାନୀପାଟଣାରେ ୪୦.୫, ବଲାଙ୍ଗିରରେ ୪୧.୫, ମାଲକାନଗିରିରେ ୪୦, ସୋନପୁରରେ ୪୦.୮, ବୌଦ୍ଧରେ ୪୧ ଓ ରାୟଗଡାରେ ୪୦.୬ ଡିଗ୍ରୀ ତାପମାତ୍ରା ରୋକର୍ଡ କକରାଯାଇଛି ।

ଅନ୍ୟ ସହର ମାନଙ୍କ ମଧ୍ୟରେ ବାଲେଶ୍ବରରେ ତାପମାତ୍ରା ୩୨.୬ ଡିଗ୍ରୀ ଥିବା ବେଳେ, ଚାନ୍ଦବାଲି ଓ କଟକରେ ୩୪.୮, ପାରାଦୀପ ୩୧.୭, ଭୁବନେଶ୍ବରରେ ୩୬.୨, ଗୋପାଳପୁରରେ ୩୨.୦, ପୁରୀରେ ୩୨.୬, ଅନୁଗୁଳରେ ୩୯.୭, ବାରିପଦାରେ ୩୮.୨, କେନ୍ଦୁଝରରେ ୩୭.୮, ସମ୍ବଲପୁରରେ ୩୯.୯, ସୁନ୍ଦରଗଡ଼ରେ ୩୯, ହୀରାକୁଦରେ ୩୯.୬, କୋରାପୁଟରେ ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଦାରିଙ୍ଗିବାଡ଼ିରେ ୩୪.୫, ନୟାଗଡ଼ରେ ୩୮, ଛତ୍ରପୁରରେ ୩୩.୮, ପାରଳାଖେମୁଣ୍ଡିରେ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Leave A Reply

Your email address will not be published.